Latest Odisha News

BREAKING NEWS

କୋହଲିଙ୍କ ପ୍ରଶଂସାରେ ସଚିନ ଶତମୁଖ, ଜଣେ ଯୁବ ଖେଳାଳି ବହୁତ ଶୀଘ୍ର ବିରାଟ ହୋଇଗଲେ

ମୁମ୍ବାଇ: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ୪୯ତମ ଶତକକୁ ଭାଙ୍ଗି ବିରାଟ କୋହଲି ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ଏ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସଚିନ ମଧ୍ୟ ନିଜେ ଏ ନେଇ କୋହଲିଙ୍କୁ ପ୍ରଶଂସା କରିଛନ୍ତି । ସେ ପୁରୁଣା କଥା ମନେ ପକାଇ କହିଛନ୍ତି ପ୍ରଥମ ଥର ତୁମେ ମୋତେ ଦେଖି ମୁଣ୍ଡିଆ ମାରିଥିଲ । ଅବଶ୍ୟ ଏଥିନେଇ ତୁମକୁ ସାଙ୍ଗମାନେ ପଛରେ ପ୍ରାଙ୍କ କରିଥିଲେ । ଖୁବ କମ ଦିନରେ ତୁମେ ଦକ୍ଷତା ଓ ପ୍ରଦର୍ଶନ ବଳରେ ମୋର ଅତି ନିକଟତର ହୋଇଗଲ । ଜଣେ ଯୁବ ବ୍ୟାଟ୍ସମ୍ୟାନ ବହୁତ କମ ଦିନରେ ବିରାଟ ଖେଳାଳି ପାଲଟି ଯାଇଥିଲା । ବିଶ୍ୱକପ ପରି ମେଗା ଇଭେଂଟରେ ଜଣେ ଭାରତୀୟ ଖେଳାଳି ମୋ ରେକର୍ଡ ଭାଙ୍ଗୁଛି, ଏହାଠାରୁ ଗର୍ବର କଥା ଆଉ କଣ ହୋଇପାରେ ବୋଲି ସଚିନ କହିଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ଭାରତ ୩୯୮ ରନର ବିଜୟ ଲକ୍ଷ୍ୟ ରଖିଛି । କୋହଲି ଓ ଶ୍ରେୟାଶ ଆୟାର ଏହି ମ୍ୟାଚରେ ଶତକ ହାସଲ କରିଥିଲେ । ୫୦ତମ ଶତକ ହାସଲ କରିବା ପରେ କୋହଲି ତାଙ୍କ ଆଦର୍ଶ ସଚିନଙ୍କୁ ଗ୍ଲୋଭସ ଓ ହେଲମେଟ କାଢ଼ି ପଡିଆରେ ସମ୍ମାନ ପ୍ରଦାନ କରିଥିଲେ । ପରେ ପତ୍ନୀ ଅନୁଷ୍କାଙ୍କୁ ଫ୍ଲାଇଙ୍ଗ କିସ ଦେଇଥିଲେ ।

Leave A Reply

Your email address will not be published.