Latest Odisha News

ପଚାରିଲେନି ପୁଅ, ମା’କୁ କାନ୍ଧ ଦେଲେ ଚାରି ଝିଅ

ପୁରୀ: ମା’ ବାପାଙ୍କ ଆଶା ଥାଏ, ମଲାପରେ ପୁଅ ମୁଖାଗ୍ନି ଦେବ । ହେଲେ ପୁରୀରେ ଦେଖିବାକୁ ମିଳିଥିଲା ଅଲଗା କିଛି ଦୃଶ୍ୟ । ଏହି ଦୃଶ୍ୟ ଯେତିକି ମନକୁ କଷ୍ଟ ଦେଉଥିଲା, ସେତିକି ପ୍ରଶ୍ନ ମଧ୍ୟ ସୃଷ୍ଟି କରୁଥିଲେ । ସତରେ କଣ ମରିଯାଇଛି ମାନବିକତା? ଛୋଟରୁ ବଡ଼ କରିଥିବା ମା’ ପାଇଁ ଥିବା ନିଜ ଦାୟିତ୍ୱକୁ ପୁଅ କଣ ଏତେ ସହଜରେ ଭୁଲିଗଲା? ଏହି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ନୂଆବର୍ଷରେ ପୁରୀ ସହରରେ ।

ଜନ୍ମ କଲା ମା’କୁ ପଚାରିଲେନି ପୁଅ । ଯତ୍ନ ନେବା ତ ଦୂରର କଥା ମା’ ମଲା ପରେ କାନ୍ଧ ଓ ମୁଖାଗ୍ନି ମଧ୍ୟ ଦେବାକୁ ଆସିଲେନି । ଶେଷରେ ମା’ଙ୍କୁ କାନ୍ଧ ଦେଲେ ବିବାହିତା ଚାରି ଝିଅ । ସେମାନଙ୍କ ବୟସ ମଧ୍ୟ କମ୍ ନୁହେଁ । ପାଖାପାଖି ୩୪ରୁ ୬୦ବୟସ ମଧ୍ୟରେ ସମଙ୍ଗଳାଘାଟର ୮୦ବର୍ଷୀୟା ଜଟି ନାୟକଙ୍କର ମୃତଦେହକୁ ନେଇଥିଲେ ତାଙ୍କ ଚାରି ଝିଅ । ଜଟି ନାୟକଙ୍କ ଦୁଇ ପୁଅ ଅଛନ୍ତି । ଦୁଇ ପୁଅ ଥାଇ ମଧ୍ୟ ମା’ର ମୃତ୍ୟୁ ଖବର ଶୁଣି କେହି ଆସିଲେନି ।

ଶେଷରେ ଝିଅମାନେ ସାହିବାସିନ୍ଦାଙ୍କ ସହଯୋଗରେ ମା’କୁ କାନେ୍ଧଇନେଇ ଚାଲିଥିଲେ । ଦୀର୍ଘ ୪କିଲୋମିଟର ଚାଲିଚାଲି ଯାଇ ସ୍ୱର୍ଗଦ୍ୱାରରେ ମା’ଙ୍କ ଅନ୍ତିମ ସଂସ୍କାର କରିଛନ୍ତି । ଏହି ଦୃଶ୍ୟ ଦେଖି ହତବାକ୍ ହୋଇଯାଇଥିଲେ ଲୋକେ ।

Leave A Reply

Your email address will not be published.