Latest Odisha News

ଜେଜେ କଲୋନୀରେ ବିଲ୍ଡିଂ ଭୁଶୁଡ଼ି ୪ ମୃତ ୨ ଗୁରୁତର

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ବାୱାନାର ଜେଜେ କଲୋନୀରେ ଏକ ବଡ଼ ଧରଣର ଅଘଟଣ ଘଟି ଘଟିଛି । ଏଠାରେ ଏକ ପୁରୁଣା ବିଲ୍ଡିଂର ଅଂଶ ଭୁଶୁଡ଼ି ପଡ଼ିଛି । ଏହି ଦୁର୍ଘଟଣାରେ ୪ ଜଣ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତ ଥିବା ଜଣାପଡ଼ିଛି ।

ଦିଲ୍ଲୀ ପୋଲିସ ସୂଚନା ଅନୁଯାୟୀ, ବିଲ୍ଡିଂ ତଳେ ଚାପି ହୋଇଥିବା ୪ଜଣଙ୍କ ମୃତ ଦେଉ ଉଦ୍ଧାର କରାଯିବା ସହ ଗୁରୁତରଙ୍କୁ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି । ତେବେ ସେଠାରେ ଫସି ରହିଥିବା ଅନ୍ୟ ଲୋକଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ ଜାରି ରହିଥିବା ପୋଲିସ କହିଛି । ଆହୁରି ବହୁ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି ।

ତେବେ ବିଲ୍ଡିଂରୁ ଯେଉଁ ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି ସେମାନେ ହେଲେ ଫାତିମା ଓ ସେହେନାଜ । ସେହେନାଜ ଓ ଅନ୍ୟ ତିନିଜଣଙ୍କର ମୃତ୍ୟୁ ହୋଇଛି ।

Comments are closed.