Latest Odisha News

BREAKING NEWS

ଟ୍ରାକ୍ଟରକୁ ଧକ୍କା ଦେଲା କାର, ଚାଲିଗଲା ୪ ଜୀବନ

ଭବାନୀପାଟଣା: ଟ୍ରାକ୍ଟରକୁ ପିଟିଦେଲା କାର |ଘଟଣାସ୍ଥଳରେ  ହିଁ ଚାଲିଗଲା ୪ ଜୀବନ | ଏଭଳି କିଛି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଖଡ଼ିଆଳ-ଭବାନୀପାଟଣା ଲଛିପୁର ଛକରେ | ଉକ୍ତ ଛକରେ ରବିବାର ବିଳମ୍ବିତ ରାତିରେ ଟ୍ରାକ୍ଟରଟିକୁ ଧକ୍କା ଦେଇଥିଲା କାର | ପରେ କାର୍ ଟିକୁ ପିଟିଦେଲା ଟ୍ରକ୍ । ଫଳରେ କାରରେ ଥିବା ୪ ଜଣ ବ୍ୟକ୍ତି ଘଟଣା ସ୍ଥଳରେ ହିଁ ଜୀବନ ହାରିଥିଲେ ।

ଅନ୍ୟପକ୍ଷରେ ଟ୍ରାକ୍ଟରରେ ଯାଉଥିବା ଦୁଇଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଟ୍ରାକ୍ଟର ଡ୍ରାଇଭର | ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ଖଡ଼ିଆଳ ପୋଲିସ |

ସୂଚନାଯୋଗ୍ୟ, ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଲଛିପୂର୍ ଗାଁ ନିକଟସ୍ଥ ୧୬ ନମ୍ବର ରାଜ୍ୟ ରାଜପଥରେ ରବିବାର ରାତି ପ୍ରାୟ ୧୨ ଟା ବେଳେ କାରରେ ୪ ସାଙ୍ଗ ଖଡ଼ିଆଳ ସହରର ଋଷି ସାହୁ, ଶୁଭମ୍ ମହାଉତି, ବଣ୍ଟି ଲାଲ୍ ସିଂହ, ଓ ଗୋଇମୁଣ୍ଡା ଗାଁର ଦେବରାଜ ପଟେଲ ଖଡ଼ିଆଳ ଅଭିମୁଖେ ଫେରୁଥିବା ବେଳେ ଏକ ଟ୍ରାକ୍ଟର ସହ ସେମାନଙ୍କ କାର ଧକ୍କା ହୋଇଥିଲା। ଏହା ପରେ ସେହି ରାସ୍ତା ଦେଇ ଯାଉଥିବା ଏକ ଟ୍ରକ୍ ସେମାନଙ୍କ କାରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୪ ସାଙ୍ଗଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.