ଭୁବନେଶ୍ୱର: ପାରାଦୀପର ଗଭୀର ସମୁଦ୍ରରେ ଟ୍ରଲର ବୁଡି ଯିବାରୁ ୪ ଜଣ ମତ୍ସଜୀବୀ ନିଖୋଜ ହୋଇ ହୋଇଛନ୍ତି ।
ପ୍ରାପ୍ତ ସୂଚନା ଅନୁଯାୟୀ ଗଭୀର ସମୁଦ୍ରକୁ ମାଛ ଧରିବା ପାଇଁ ପ୍ରାୟ ୯ ଜଣ ମତ୍ସଜୀବୀ ଏକ ଟ୍ରଲରରେ ଯାଉଥିବା ବେଳେ କୌଣସି କାରଣବଶତଃ ଟ୍ରଲରଟି ଏମଭି ବ୍ଲାକ୍ ରୋଜ୍ ସହ ଧକ୍କା ହୋଇଥିଲା ।
ଏହି ଘଟଣା ପରେ ପାଖାପାଖି ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କ ପତ୍ତା ମିଳି ପାରିନଥିଲା ।
ଯାହା ଫଳରେ ଅନ୍ୟ ମତ୍ସଜୀବୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରଚେଷ୍ଟା ଜାରି ରହିଥିବା ସୁତ୍ରରୁ ପ୍ରକାଶ।
Comments are closed.