Latest Odisha News

BREAKING NEWS

ମାଲକାନଗିରିରୁ ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରିର ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଜୋଡମ୍ବା ପଞ୍ଚାୟତ ନିକଟ ଏକ ଜଙ୍ଗଲରୁ ସୁରକ୍ଷାକର୍ମୀ ମାନେ ସୋମବାର ଦିନ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।

ମାଲକାନଗିରି ଏସଡିପିଓ ପ୍ରହଲାଦ୍ ମୀନାଙ୍କ ସୂଚନାନୁଯାୟୀ, କିଛି ମାଓବାଦୀ ନିକଟ ଜଙ୍ଗଲରେ ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଥିଲା । ଯାହା ପରେ ସେମାନଙ୍କୁ ଧରିବା ଲାଗି ବିଏସଏଫ୍ ଓ ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସଓଜି) କର୍ମୀଙ୍କ ପକ୍ଷରୁ ଏକ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା ।

ଏହି ସର୍ଚ୍ଚ ଅପରେସନ ବେଳେ ମୁକୁଡାପଲ୍ଲୀ ଓ ଗୋରାସେତୁ ଜଙ୍ଗଲରୁ ଦେଶୀ ବନ୍ଧୁକ, କ୍ଲେମୋର୍ ମାଇନ୍‌, ଅକ୍ସିଜେନ୍ ସିଲିଣ୍ଡର, ୮ ଡେଟୋନେଟର, ତାର ଏବଂ କିଛି ମାଓ ବ୍ରୋଚରସ୍ ଆଦି ଜବତ କରାଯାଇଥିଲା।

ତେବେ କମ୍ବିଂ ଅପରେସନ୍ ଜାରି ରହିଥିବା ନେଇ ସୁତ୍ରରୁ ପ୍ରକାଶ ।

 

Leave A Reply

Your email address will not be published.