Latest Odisha News

BREAKING NEWS

ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ମୃତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଲରି ସହ ଆମ୍ବୁଲାନ୍ସ ଧକ୍କା ହେବାରୁ ଘଟିଛି ଏହି ଦୁର୍ଘଟଣା । ତେବେ ଦୁର୍ଘଟଣାରେ ଓଡିଶାର ୪ଜଣ ପ୍ରାଣ ହରାଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲା ତାଭାନପଲ୍ଲୀ ମଣ୍ଡଳର ତାଲାଗୁଣ୍ଡଲା ପଲ୍ଲୀ ଗାଁ ନିକଟରେ ଏହି ଭୀଷଣ ଦୁର୍ଘଟଣା ଘଟିଛି। ଓଡ଼ିଶାର ଏକ ପରିବାରର ୭ ଜଣ ସଦସ୍ୟଙ୍କୁ ନେଇ ଏକ ଆମ୍ବୁଲାନ୍ସ ବେଙ୍ଗାଳୁରୁର ଡାକ୍ତରଖାନାକୁ ଯାଉଥିଲା। ଏହି ସମୟରେ ପୁଠପଟ୍ଟୁ-ନାଇଡୁପେଟାଠାରେ ଏକ ଲରି ସହ ଧକ୍କା ହୋଇଥିଲା। ସଂଗେସଂଗେ ପୋଲିସ ଏବଂ ସ୍ଥାନୀୟ ଲୋକେ ଗାଡ଼ି ମଧ୍ୟରୁ ଲୋକଙ୍କୁ ବାହାର କରିଥିଲେ । ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଅଛନ୍ତି । ମୃତକଙ୍କ ମଧ୍ୟରେ ୩ଜଣ ପୁରୁଷ ଏବଂ ଜଣେ ମହିଳା ଥିବା ସୂଚନା ମିଳିଛି । ତେବେ ୪ଜଣ ମୃତକ ଓଡ଼ିଶାର ବୋଲି ଜଣାପଡିଛି । ମାତ୍ର ମୃତାହତମାନଙ୍କ ଘର ଓଡ଼ିଶାରେ କେଉଁଠି ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ ।

 

Leave A Reply

Your email address will not be published.