Latest Odisha News

BREAKING NEWS

ଚିନ୍ତା ବଢାଇଲା ସ୍କ୍ରବ ଟାଇଫସ୍‌: ଜ୍ୱର ହେଲେ ତୁରନ୍ତ ପରୀକ୍ଷା କରାଇବାକୁ ଜନସ୍ବାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର: ଡେଙ୍ଗ ପରେ ଏବେ ରାଜ୍ୟରେ ବଢିଲା ସ୍କ୍ରବ ଟାଇଫସ ଚିନ୍ତା । ବରଗଡ ଏବଂ ସୁନ୍ଦରଗଡରେ ୬ ଜଣଙ୍କର ଏହି ସ୍କ୍ରବ ଟାଇଫସରେ ମୃତ୍ୟୁ ଘଟିବା ପରେ ସ୍ୱାସ୍ଥ୍ୟ ବିଭାଗ ସଚେତନ ହୋଇଛି । ସବୁ ଜିଲ୍ଲାକୁ ଏ ନେଇ ସତର୍କ କରାଯାଇଛି । ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏହାର କିପରି ଟେଷ୍ଟ କରାଯିବ ସେ ବ୍ୟବସ୍ଥା କରିବା ସହ ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି ।

ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡା.ନିରଞ୍ଜନ ମିଶ୍ର ଚିଠି ଲେଖି  ଜିଲ୍ଲାର ସିଡିଏମଓଙ୍କୁ ଚିଠି ଲେଖି ଏଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସବୁ ହସ୍ପିଟାଲରେ ଡିପିଏଚଏଲ ମାଧ୍ୟମରେ ଟେଷ୍ଟିଂ କରାଯିବ । ଏଥିପାଇଁ ପର୍ଯାପ୍ତ ଟେଷ୍ଟିଂ କିଟ ରଖିବାକୁ ମଧ୍ୟ କୁହାଯାଇଛି ।

ସେହିପରି ଡାକ୍ତରଖାନାମାନଙ୍କରେ ପର୍ଯ୍ୟପ୍ତ ପରିମାଣରେ ୱଷଧ ଏବଂ ଆଣ୍ଟିବାୟୋଟିକ ମହଜୁଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ । ତା ଛଡା ମୃତ୍ୟୁର ସଠିକ ତଦନ୍ତ କରିବାକୁ ମଧ୍ୟ କୁହାଯାଇଛି  । ଏହି ସ୍କ୍ରବ ଟାଇଫସ ରୋଗକୁ ନେଇ ଲୋକେ ଭୟଭୀତ ହୋଇପଡିଲେଣି ।  ବୁର୍ଲା ଭିମ୍‌ସାରରେ ୨୨ଜଣଙ୍କଠାରୁ ଊର୍ଦ୍ଧ୍ୱ ସ୍କ୍ରବ ଟାଇଫସ୍‌ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ ଓ ବରଗଡରେ ଅନେକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେହିପରି ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ୧୪ଜଣ ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରାଯାଇଥିବେବେଳେ  ୫ଜଣ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।

ତେବେ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ଡା.ମିଶ୍ର କହିଛନ୍ତି । ଡା.ମିଶ୍ରଙ୍କ କହିବା ଅନୁଯାୟୀ, ସାଧାରଣତଃ ଚିଗର ନାମକ ଏକ କୀଟ କାମୁଡିବା ଦ୍ୱାରା ଏହି ରୋଗ ହେଉଛି । ବିଲ ବା ଜଙ୍ଗଲକୁ ଯାଉଥିବା ଲୋକଙ୍କୁ ଏହି ରୋଗ ବେଶି ହେଉଛି । ଏହି ରୋଗ ହେଲେ ଜ୍ୱର ଲାଗି ରହିବା ସହ ମୁଣ୍ଡବିନ୍ଧା ହେଉଛି । ଏପରିକି ଏଥିରେ ରୋଗୀ ମୃତ୍ୟୁ ଆଶଙ୍କା ମଧ୍ୟ ରହିଛି ।  ଯେଉଁ  ସ୍ଥାନକୁ ଏହି କୀଟ କାଗୁଡିଥାଏ ସେହି ସ୍ଥାନରେ ସ୍କିନ ଡେଡ ହୋଇଯାଇଥାଏ । ତେଣୁ ଯାହାର ଜ୍ୱର ହେଉଛି ତୁରନ୍ତ ପରୀକ୍ଷା କରାଯାଇ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

 

Leave A Reply

Your email address will not be published.