Latest Odisha News

BREAKING NEWS

ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର ୪ ପରିବାର ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ାର ଗୋଟିଏ ପରିବାରର ୪ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

“ପଶ୍ଚିମବଙ୍ଗର ଏକ ପରିବାରର ୪ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ପୂର୍ବରୁ କ୍ୱାରେଣ୍ଟାଇନରେ ରହିଥିବା ବେଳେ ସେମାନଙ୍କର ସ୍ୱାବ ପରୀକ୍ଷା ପରେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯିବ,” ଏହା କହିଛନ୍ତି ଡିଆରଡ଼ିଏର ପିଡ଼ି ତପିରାମ ମାଝି ।

ଅଧିକ ପଢନ୍ତୁ: ଏକାଥରକେ ସୁସ୍ଥ ହେଲେ ୧୪୯ କରୋନା ସଂକ୍ରମିତ

ଜୁନ ୨ ତାରିଖରେ ଏହି ବଙ୍ଗୀୟ ପରିବାର ପଶ୍ଚିମବଙ୍ଗର ରାମପୁରରୁ ଝାରସୁଗୁଡ଼ା ହାଓଡ଼ା-ଅହମ୍ମଦାବାଦ ଏକ୍ସପ୍ରେସ ଯୋଗେ ପହଞ୍ଚିଥିଲେ । ତୁରନ୍ତ ସେମାନଙ୍କୁ ବଢେଇମୁଣ୍ଡା ସ୍ଥିତ ସରକାରୀ ଆଇଟିଆଇରେ ରହିଥିବା କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା ।

ଜୁନ ୬ ତାରିଖରେ ସେମାନଙ୍କ ସ୍ୱାବ ଟେଷ୍ଟ ହେବାପରେ ସମସ୍ତେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

“ଏଥିଯୋଗୁଁ ଜନସାଧାରଣ ଛାନିଆଁ ହେବା ଉଚିତ୍ ନୁହେଁ, ତୁରନ୍ତ ସମସ୍ତଙ୍କୁ ଚିକିତ୍ସା ନିମେନ୍ତ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯିବ ଏବଂ ସେମାନଙ୍କ ସହିତ ସଂସ୍ପର୍ଶରେ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କାର୍ଯ୍ୟ ଜାରି ରହିଛି,” ଏହା କହିଛନ୍ତି ଶ୍ରୀ ମାଝୀ ।

Leave A Reply

Your email address will not be published.