Latest Odisha News

BREAKING NEWS

ଜାଣନ୍ତୁ; ରାଜ୍ୟର କେଉଁ ୧୦ଟି ସହରରେ ଆରମ୍ଭ ହେଲା ଜିଓମାର୍ଟ ପରୀକ୍ଷାମୂଳକ ସେବା !

ଭୂବନେଶ୍ୱର: ରିଲାଏନ୍ସ ରିଟେଲ୍‌ର ଯୁଗାନ୍ତକାରୀ ଅନ୍‌ଲାଇନ୍ ଗ୍ରୋସେରୀ ଅର୍ଡର ପ୍ଲାଟଫର୍ମ ଜିଓ ମାର୍ଟର ପରୀକ୍ଷାମୂଳକ ସେବା ଏବେ ଓଡିଶାର ୧୦ ଟି ସହରରେ ଉପଲବ୍ଧ ହୋଇଛି । ରାଜ୍ୟର ଭୁବନେଶ୍ୱର, କଟକ, ସମ୍ବଲପୁର, ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, ରାୟଗଡା ଓ ସେମିଳିଗୁଡା ଭଳି ସହରରେ ଆରମ୍ଭ ହୋଇଛି ଜିଓ ମାର୍ଟ ପରୀକ୍ଷାମୂଳକ ସେବା ।

ଏହି ସବୁ ସହରର ବାସିନ୍ଦା ଏବେ www.jiomart.com ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ, ଗ୍ରସୋରୀ ଓ ପନିପରିବା ଅର୍ଡର କରି ଘରେ ପାଇପାରିବେ ।

ସୂଚନାଯୋଗ୍ୟ ଯେ ପ୍ରାରମ୍ଭିକ ଭାବେ ମହାରାଷ୍ଟ୍ରର ନଭିମୁମ୍ବାଇ, କଲ୍ୟାଣ ଓ ଥାନେ ସହରରେ ପରୀକ୍ଷାମୂଳକଭାବେ ଆରମ୍ଭ ହୋଇଥିବା ଜିଓମାର୍ଟ ସେବା ମଇ ମାସ ଶେଷ ସୁଦ୍ଧା ଦେଶର ପ୍ରାୟ ୨୦୦ ସହରକୁ ସଂପ୍ରସାରିତ ହୋଇଛି ।

ଜିଓମାର୍ଟରେ ସବୁ ପ୍ରକାରର ସାମଗ୍ରୀ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବା ବେଳେ ପ୍ରତ୍ୟେକ ସାମଗ୍ରୀର ଏମ୍‌ଆର୍‌ପି ଉପରେ ନିଶ୍ଚିତ ସର୍ବନିମ୍ନ ପାଞ୍ଚ ପ୍ରତଶତରୁ ଆରମ୍ଭ କରି ଅଧିକ ଆକର୍ଷଣୀୟ ରିହାତି ଉପଲବ୍ଧ ହେଉଛି । ଜିଓମାର୍ଟରେ ଅର୍ଡର ପାଇଁ ଉପଲବ୍ଧ ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀ ଓ ଗ୍ରୋସେରୀ ମଧ୍ୟରେ ରହିଛି ତାଜା ଫଳ ଓ ପନିପରିବା, ବିଭିନ୍ନ ଲୋକପ୍ରିୟ ବ୍ରାଣ୍ଡ୍‌ଗଡିକର ପ୍ୟାକେଜ୍‌ଡ ଖ୍ରାଦ୍ୟସାମଗ୍ରୀ, ସ୍ନାକ୍ସ, ଶସ୍ୟ ଜାତୀୟ ଖାଦ୍ୟସାମଗ୍ରୀ, ଗୃହ ଉପକରଣ, ପାନୀୟ ଓ ଦୁଗ୍ଧଜାତ ସାମଗ୍ରୀ, ରୋଷେଇ ଓ ଘର ସଫେଇ ସାମଗ୍ରୀ, ପରିମଳ ଓ ପରିଛନ୍ନତା ସାମଗ୍ରୀ, ପ୍ରସାଧନ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ପୂଜା ସାମଗ୍ରୀ, ଶିଶୁ ଯତ୍ନ ସାମଗ୍ରୀ ଇତ୍ୟାଦି । ଆଗାମୀ ଦିନରେ ଜିଓମାର୍ଟରେ ଆହୁରି ଅନେକ ପ୍ରକାରର ସାମଗ୍ରୀ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି ।

ଜିଓମାର୍ଟର ପରୀକ୍ଷାମୂଳକ ସେବା ଆରମ୍ଭ ହୋଇଥିବା ଅନେକ ଛୋଟ ସହରରେ ଉପଭୋକ୍ତାମାନେ ଏବା ଅନ୍‌ଲାଇନ୍‌ରେ ସାମଗ୍ରୀ ଅର୍ଡର କରି ଘରେ ପାଇବାର ଅନୁଭୁତି ଲାଭ କରିବା ସହିତ ସୁଲଭ ମୂଲ୍ୟରେ ଓ ସହଜରେ ନିଜ ମନପସନ୍ଦ ସାମଗ୍ରୀ ବାଛି ଅର୍ଡର କରିବାର ସୁଯୋଗ ନେଉଛନ୍ତି ।

ସୂଚନାଯୋଗ୍ୟ ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଗତ ବାର୍ଷିକ ସାଧାରଣ ବୈଠକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଜିଓ ମାର୍ଟ ସମ୍ପର୍କରେ ସୂଚନା ଦେଇ ଏହା ସାରା ଦେଶର ଛୋଟ ଛୋଟ ଦୋକାନୀମାନଙ୍କୁ ସଶକ୍ତ କରିବା ସହିତ ସେମାନଙ୍କୂ ଡିଜିଟାଲ୍ ବ୍ୟବସ୍ଥା ସହିତ ଯୋଡି ବ୍ୟବସାୟ ବୃଦ୍ଧିରେ ସହୟକ ହେବ ବୋଲି କହିଥିଲେ ।

ଏହି ପ୍ଲାଟଫର୍ମ ଉତ୍ପାଦନକାରୀ, ଚାଷୀ, ବ୍ୟବସାୟୀ, ଛୋଟ ଦୋକନୀ ଓ ଗ୍ରାହକମାନଙ୍କୁ ସଂଯୁକ୍ତ କରିବ ବୋଲି ସେ ପ୍ରକାଶ କରିଥିଲେ ।

Leave A Reply

Your email address will not be published.