Latest Odisha News

BREAKING NEWS

କଇଁଛ ଚାଲାଣବେଳେ ମାଡିବସିଲା ବନବିଭାଗ; ୪ ଗିରଫ, ୧୭୫ରୁ ଉର୍ଦ୍ଧ୍ବ କଇଁଛ ଉଦ୍ଧାର

ନବରଙ୍ଗପୁର: କଇଁଛ ଚୋରା ଚାଲାଣ ବେଳେ ମାଡିବସିଲା ବନ ବିଭାଗ । ଘଟଣାରେ ୪ ଜଣ ଗିରଫ ହୋଇଥିବାବେଳେ ସେମାନଙ୍କ ନିକଟରୁ ୧୭୫ ରୁ ଅଧିକ କଇଁଛ ଉଦ୍ଧାର ହୋଇଛି । ତେବେ କଳାହାଣ୍ଡି ଜିଲ୍ଲାରୁ ନବରଙ୍ଗପୁର ଜିଲ୍ଲାକୁ କଇଁଛ ଚୋରା ଚାଲାଣ ବେଳେ ଝରିଗାଁ ନିକଟରେ ଏହି ଘଟଣା ଘଟିଛି ।

ସୂଚନା ଅନୁସାରେ, କଇଁଛ ଚୋରାଚାଲାଣ ନେଇ କୌଣସି ସୂତ୍ରରୁ ଖବରପାଇ ଝରିଗାଁ ବନବିଭାଗ ର ରେଞ୍ଜର ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଶୁକ୍ରବାର ରାତିରେ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଦୁଇଟି ବାଇକ ରେ ଚାରି ଜଣ ଯୁବକ ବସ୍ତାରେ ବାନ୍ଧି କଇଁଛ ମାନଙ୍କୁ ନେଉଥିଲେ । ଏହି ସମୟରେ ସେମାନଙ୍କୁ ଅଟକାଇଥିଲା ବନବିଭାଗ ଟିମ୍ ।

ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ୧୭୫ ରୁ ଅଧିକ କଇଁଛ ଜବତ କରିବା ସହ । ୪ ଜଣ ଯୁବକଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତ ମାନେ ହେଲେ କଳାହାଣ୍ଡି ଜିଲା ଆମପାଣି ଥାନା ଅନ୍ତର୍ଗତ ଗୋତମୁଣ୍ଡା ଗାଁର ଦିଗମ୍ବର ଗୋପାଳ (୨୯), ସେହିପରି ଜୟପାଟଣା ଥାନା ଅନ୍ତର୍ଗତ ସର୍ଗିଗୁଡ଼ା ଗାଁର ୩ ଜଣ ଯୁବକ ଧରମ ଚାଲାଣ (୪୦), ତ୍ରିଲୋଚନ ଚାଲାଣ (୩୮) ଏବଂ ଗଗନେଶ୍ୱର ନାୟକ (୩୬) ବୋଲି ଜଣାପଡିଛି l

ଏନେଇ ଝରିଗାଁ ବନ୍ୟପ୍ରାଣୀ ରେଞ୍ଜର ଗୋବିନ୍ଦ ଚନ୍ଦ୍ର ନାୟକ କହିଛନ୍ତି ଯେ, ଏହି ପ୍ରଜତିର କଇଁଛ ବିଶେଷ କରି ରାଜ୍ୟ ବାହରକୁ ଚାଲାଣ ହୋଇଥାଏ । ତେବେ ଏହି ଘଟଣାର ଚେର ଆଉ କେଉଁଆଡେ ଲମ୍ବିଛି ସେନେଇ ଗିରଫ ଯୁବକଙ୍କୁ ପଚରାଉଚରା ସହ ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ ।

Leave A Reply

Your email address will not be published.