ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଲାଞ୍ଚ ଅଭିଯୋଗରେ ଗୁରୁବାର ଦିନ ଚାରି ଜଣ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି।
ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଗଜପତିର ପାରଳାଖେମୁଣ୍ଡି ସିଡିଏମଓ କାର୍ଯ୍ୟାଳୟର ଦୁଇଜଣ ସ୍ୱାସ୍ଥ୍ୟ କର୍ମଚାରୀ – ଜଗଦୀଶ ପଟ୍ଟନାୟକ (କ୍ଲର୍କ) ଏବଂ ନିରଞ୍ଜନ ନାୟକ (ପିଅନ), ରାୟଗଡ଼ାର ମୁନିଗୁଡ଼ା ସିଏଚସିର ସ୍ୱାସ୍ଥ୍ୟକର୍ମୀ-କମ-କ୍ଲର୍କ କୁଞ୍ଜ ବିହାରୀ ରାଉତ ଏବଂ କେନ୍ଦ୍ରାପଡ଼ାର ମହାକାଳପଡ଼ା ବିଇଓଙ୍କ କାର୍ଯ୍ୟାଳୟରେ ନିଯୁକ୍ତ କନିଷ୍ଠ କିରାଣୀ ନାରାୟଣ ପ୍ରସାଦ ଲେଙ୍କା ଅଛନ୍ତି।
ଭିଜିଲାନ୍ସର ଏକ ବିଜ୍ଞପ୍ତି ଅନୁଯାୟୀ, ପରବର୍ତ୍ତୀ ସମୟରେ ସିଡିଏମଓ କାର୍ଯ୍ୟାଳୟର କିରାଣୀ ଜଗଦୀଶ ପଟ୍ଟନାୟକଙ୍କ ଟେବୁଲ ଡ୍ରୟରରୁ ୫.୧୯ ଲକ୍ଷ ଟଙ୍କା ଏବଂ ତାଙ୍କ ସରକାରୀ ବାସଭବନରୁ ୧.୫ ଲକ୍ଷ ଟଙ୍କା ମିଳିଥିଲା। ତେବେ ସେମାନଙ୍କ ଆୟବର୍ହିଭୂତ ସମ୍ପତି ଅଛି କି ନାହିଁ ଯାଞ୍ଚ କରାଯାଉଛି।
Comments are closed.