ଭୁବନେଶ୍ଵର: ଚଟଣୀ ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । ଚଟଣୀ ଯେକୌଣସି ତରକାରୀ ବା ଡିସ୍ର ସ୍ୱାଦକୁ ମଜାଦାର୍ କରିଦେଇଥାଏ । ଭାତ, ରୁଟି ମୋମୋ ସବୁଥିରେ ଭିନ୍ନ ଭିନ୍ନ ପ୍ରକାରର ଚଟଣି ଟିକେ ହେଇଗଲେ । ଓହୋ ମଜା ଆସିଯାଏ। ଭାରତର ସମସ୍ତ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ମିଳିଥାଏ । କିନ୍ତୁ ସବୁ ରାଜ୍ୟର ଥାଳୀରେ ଗୋଟିଏ ଜିନିଷ ନିଶ୍ଚୟ ମିଳିଥାଏ । ତାହା ହେଉଛି ଚଟଣୀ, ଯାହା ଭାରତୀୟଙ୍କ ଖାଦ୍ୟରେ ଖୁବ୍ ଖାସ୍ ହୋଇଥାଏ । ଚଟଣୀ ଖାଦ୍ୟର ସ୍ୱାଦ ବଢାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର । ଚଟଣୀକୁ ଭାରତୀୟମାନେ ଖୁବ୍ ପସନ୍ଦ କରିଥାନ୍ତି । ତେଣୁ ଏହାକୁ ଭାତ ବା ରୁଟିରେ ମଧ୍ୟ ଖାଇଥାନ୍ତି । ସେଥିପାଇଁ ଆମ ଦେଶରେ ହଜାର ପ୍ରକାରର ଚଟଣୀ ମିଳିଥାଏ । ଆମ ଦେଶର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଚଟଣୀ ଦେଖିବାକୁ ମିଳିଥାଏ । କିନ୍ତୁ ଏହା ଭିତରେ ଏମିତି କିଛି ଚଟଣି ରହିଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।
ଧନିଆ ପତ୍ର ଚଟଣୀ
ପ୍ରାୟ ସବୁ ଭାରତୀୟଙ୍କ ଘରେ ଏହି ଚଟଣୀ ପ୍ରସ୍ତୁତ କରାଯାଏ। ଏହା ନା କେବଳ ଖାଇବାରେ ସ୍ୱାଦିଷ୍ଟ ହୋଇଥାଏ ବରଂ ଏହି ଚଟଣୀ ଦ୍ୱାରା ଶରୀରରେ ଅନେକ ପ୍ରକାର ରୋଗ ମଧ୍ୟ ଦୂର ହୋଇଥାଏ। ଏହି ଚଟାଣିରେ ଭିଟାମିନ ସି, ଭିଟାମିନ କେ ଏବଂ ପ୍ରୋଟିନ ବହୁତ ଅଧିକ ମାତ୍ରାରେ ରହିଥାଏ। ଏହା ଇମ୍ୟୁନିଟି ବୁଷ୍ଟ କରିବା କାମ କରିଥାଏ। ଏହାଛଡା ଏହି ଚଟଣୀ ଡାଇବେଟିସ ରୋଗୀଙ୍କ ପାଇଁ ବହୁତ ଭଲ ଅଟେ।
ପୋଦିନା ପତ୍ର ଚଟଣୀ
ଧନିଆପତ୍ର ଭଳି ପୋଦିନା ପତ୍ର ଚଟଣୀ ମଧ୍ୟ ପ୍ରାୟ ଅଧିକାଂଶ ଲୋକଙ୍କ ଘରେ ତିଆରି କରାଯାଏ। ଗରମ ଦିନରେ ଏହି ଚଟଣୀ ବହୁତ ଫାଇଦପୂର୍ଣ୍ଣ ହୋଇଥାଏ। ଏଥିରେ ଭିଟାମିନ ବି, ଭିଟାମିନ ସି, ଭିଟାମିନ ଡି ଏବଂ ଭିଟାମିନ ଇ ମହଜୁଦ ରହିଛି। ଏହା ଇମ୍ୟୁନିଟି ବୁଷ୍ଟ କରିବା ସହିତ ପେଟ ସମ୍ବନ୍ଧୀୟ ରୋଗ ମଧ୍ୟ ଦୂର ରଖିଥାଏ। ଭୋକ ବଢ଼ାଇଥାଏ ଏବଂ ପାଚନ ଶକ୍ତିକୁ ମଜବୁତ କରିଥାଏ।
ଟମାଟୋ ଚଟଣୀ
ଟମାଟୋ ଚଟଣୀ ଖାଇବାରେ ବହୁତ ହି ସ୍ୱାଦିଷ୍ଟ ହୋଇଥାଏ। ଏହାକୁ ସବୁ ବୟସର ଲୋକ ଖାଇବାକୁ ପସନ୍ଦ କରନ୍ତି। ଏଥିରେ ଭିଟାମିନ ସି, କେ ଏବଂ ଏର ମାତ୍ରା ବହୁତ ରହିଥାଏ। ଏଥିରେ ପୋଟାସିୟମ ମଧ୍ୟ ଅଧିକ ରହିଥାଏ। ଏହି ଚଟଣିକୁ ଖାଇବା ଦ୍ୱାରା କୋଲେଷ୍ଟ୍ରଲ କମ ହୋଇଥାଏ। ହାର୍ଟ ସମ୍ବନ୍ଧୀୟ ରୋଗର ଭୟକୁ ମଧ୍ୟ କମ କରିଥାଏ ଏବଂ ବ୍ଲଡ଼ ପ୍ରେସର ମଧ୍ୟ ନର୍ମାଲ ରହିଥାଏ।
ଆମ୍ବୁଲ ଚଟଣୀ
ଆମ୍ବୁଲ ପେଟ ପାଇଁ ବହୁତ ଅଧିକ ଭଲ ହୋଇଥାଏ। ଏହା ଇମ୍ୟୁନିଟିକୁ ବଢାଇବା ସହିତ ଅନେକ ପ୍ରକାରର ସମସ୍ୟା ମଧ୍ୟ ଦୂର କରିଥାଏ। ଏହି ଚଟଣୀରେ ଭିଟାମିନ ସିର ମାତ୍ରା ବହୁତ ଅଧିକ ରହିଥାଏ। ଏହା ବ୍ଲଡ଼ ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ଏବଂ ପାଚନ ଶକ୍ତିକୁ ବଢ଼ାଇଥାଏ।
Comments are closed.