Latest Odisha News

ଇଟାଲୀରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦକ୍ଷିଣ ଇଟାଲୀର ମାଟେରା ସହରରେ ଏକ ସଡ଼କ ଦୁର୍ଘଟଣାରେ ଚାରି ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ସୋମବାର ଦିନ ରୋମ ସ୍ଥିତ ଭାରତୀୟ ଦୂତାବାସ ଘଟଣା ବିଷୟରେ ସୂଚନା ଦେଇଛି। ମାଟେରା ସହରର ସ୍କାନଜାନୋ ଜୋନିକୋ ମ୍ୟୁନିସିପାଲିଟି ଅଞ୍ଚଳରେ କାରଟି ଏକ ଟ୍ରକ୍ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା।

ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁସାରେ, ମନୋଜ କୁମାର (୩୪), ସୁରଜିତ ସିଂହ (୩୩), ହରବିନ୍ଦର ସିଂହ (୩୧) ଏବଂ ଜସକରଣ ସିଂହ (୨୦) ବୋଲି ଚିହ୍ନଟ କରାଯାଇଛି।

“ଭାରତୀୟ ଦୂତାବାସ ଦକ୍ଷିଣ ଇଟାଲୀର ମାଟେରାରେ ଏକ ସଡ଼କ ଦୁର୍ଘଟଣାରେ ୪ ଜଣ ଭାରତୀୟ ନାଗରିକଙ୍କ ଦୁଃଖଦ ମୃତ୍ୟୁ ପାଇଁ ଗଭୀର ସମବେଦନା ପ୍ରକାଶ କରୁଛି,” ଭାରତୀୟ ଦୂତାବାସ ସୋସିଆଲ ମିଡିଆରେ ଏକ ପୋଷ୍ଟରେ କହିଛି।

ଭାରତୀୟ ଦୂତାବାସ କହିଛି, “ବିସ୍ତୃତ ସୂଚନା ପାଇବା ପାଇଁ ଆମେ ସ୍ଥାନୀୟ ଇଟାଲୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛୁ।”

Comments are closed.