Latest Odisha News

BREAKING NEWS

କଟକ-ଟାଙ୍ଗୀ ରେଲୱେ ଲେବୁଲ୍ କ୍ରସିଂ ଫାଟକ ଅଧାରୁ ଖସିଲା, ୪ ଗୁରୁତର ଆହତ

କଟକ: କଟକ-ଟାଙ୍ଗୀ ରେଲୱେ ଲେବୁଲ୍ କ୍ରସିରେ ଦୁର୍ଘଟଣା ଘଟିଛି । ଲେବୁଲ୍ କ୍ରସିଂ ଫାଟକ ଅଧାରୁ ଦୁର୍ଭାଗ୍ୟବଶତଃ ଖସି ପଡ଼ିବାରୁ ୪ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ ସନ୍ଧ୍ୟା 6ରେ ଏକ ଟ୍ରେନ କ୍ରସ କଲାପରେ ଫାଟକ ଟି ଉଠିଥିଲା। ଫାଟକ ଉଠିବା ପରେ ଉଭୟ ପଟୁ ଲୋକେ ଯାତାୟତ କରିଥିଲେ।ହାଟାଥ ଫାଟକ ଅଧାରୁ ଖସିଯିବାରୁ ଉଭୟ ପଟେ ଥିବା ଏକ ବୋଲେରୋ ଗାଡି ଏକ ବାଇକ ଉପରେ ଫାଟକ ଟି ପଡିଯାଇଥିଲା।

ତୁରନ୍ତ ଆହତ ବ୍ୟକ୍ତିଙ୍କ ସ୍ଥାନୀୟ ଲୋକେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ।କିଛି ସମୟ ଧରି ଉତେଜନା ଦେଖା ଯାଇଥିଲା।ବର୍ତ୍ତମାନ ରେଳବାଇ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.