Latest Odisha News

BREAKING NEWS

କନ୍ଧମାଳରୁ ଲୋପ ପାଉଛି ବାଦୁଡ଼ି ବଂଶ !

ଫୁଲବାଣୀ: ଗୋଟିଏ ସମୟ ଥିଲା ଯେତେବେଳେ କନ୍ଧମାଳରେ ପକ୍ଷୀ ମାନଙ୍କ ଭଳି ବାଦୁଡ଼ି ଦେଖିବା ମଧ୍ୟ ଅତି ସାଧାରଣ କଥା ଥିଲା । ଏଠାରେ ଦିନ ସମୟରେ ବଡୁଡି ମାନେ ଗଛ ଉପରେ ଶୋଇ ରହିଥିବା ନଜର ଆସୁଥିଲେ । କିନ୍ତୁ ବର୍ତ୍ତମାନ ଏହି ଦୃଶ୍ୟ ଦେଖିବା ଦୁର୍ଲଭ ହୋଇ ଗଲାଣି ।

କନ୍ଧମାଳର ଅନୁକୂଳ ପରିବେଶ ପାଇଁ ବାଦୁଡ଼ିମାନେ ଏଠାରେ ରହିବାକୁ ଭଲ ପାଇଥାନ୍ତି। ବିଶେଷତଃ ନିଛାଟିଆ ସ୍ଥାନରେ ଥିବା ବଡ଼ ବଡ଼ ଗଛ, ପୁରୁଣା ପୋଲ, ଅନ୍ଧାରୁଆ ଘର ଓ ପାହାଡ଼ ଗୁମ୍ପା ଗୁଡିକ ବାଦୁଡ଼ିମାନଙ୍କ ପାଇଁ ସୁରକ୍ଷିତ ବାସସ୍ଥାନ ଥିଲା ।
ଜିଲ୍ଲାର ଦାରିଙ୍ଗବାଡ଼ି, ରାଇକିଆ, କୋଟଗଡ଼, ବେଲଘର, ତୁମୁଡ଼ିବନ୍ଧ ଆଜି ସ୍ଥାନମାନଙ୍କରେ ଅଧିକ ସଂଖ୍ୟାରେ ବାଦୁଡ଼ି ରହନ୍ତି। ହେଲେ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରରେ ସବୁଠାରୁ ଅଧିକ ସଂଖ୍ୟାରେ ବାଦୁଡ଼ି ଦେଖିବାକୁ ମିଳିଥାଏ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜଙ୍ଗଲ ଅବକ୍ଷୟ ଓ ଜଙ୍ଗଲରେ ଖାଦ୍ୟ ଭାବ ଯୋଗୁଁ ଜିଲ୍ଲାରେ ପୂର୍ବଭଳି ଆଉ ବାଦୁଡ଼ି ଦେଖିବାକୁ ମିଳୁ ନାହାନ୍ତି। ଅବାଧ ଶିକାର ମଧ୍ୟ ଏହାର ଏକ ବଡ କାରଣ । ଏହାର ମାଂସରେ ଔଷଧୀୟ ଗୁଣ ଥିବା ଯୋଗୁଁ ଅନେକ ଲୋକ ଏହାର ମାଂସ ଖାଇଥାନ୍ତି । ଶିକାରୀମାନେ ଫାଶ ପକାଇ ଓ ବିଷ ଦେଇ ବାଦୁଡ଼ି ଶିକାର କରୁଛନ୍ତି।

ଏହାଛଡା ବାଦୁଡ଼ି ମାଂସର ସ୍ବାଦ କୁଆଡ଼େ ନିଆରା ବୋଲି ଲୋକେ କହନ୍ତି। ଶିକାରୀ ସ୍ଥାନୀୟ ଅଞ୍ଚଳରେ ଗୋଟାକୁ ୫ଶହ ଟଙ୍କାରେ ବିକୁଥିବା ବେଳେ ବାହାରକୁ ପାଠାଇଲେ ହଜାର ଟଙ୍କା କି ତାଠାରୁ ଅଧିକ ନେଇଥାଆନ୍ତି।

Leave A Reply

Your email address will not be published.