Latest Odisha News

ପୋଲିସ କବଜାରେ ଛିନତାଇ ଗ୍ୟାଙ୍ଗ: ୪ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

ଭୁବନେଶ୍ଵର: କମିଶନରେଟ୍ ପୋଲିସ କବଜାରେ ଛିନତାଇ ଗ୍ୟାଙ୍ଗ । ୪ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ସେମାନଙ୍କ ନିକଟରୁ ୩୦ଟି ସୁନା ଚେନ, ୩ଟି ବାଇକ ଜବତ କରିଛି କମିଶନରେଟ ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି  ପ୍ରତୀକ ସିଂ ।

ଡିସିପିଙ୍କ ସୂଚନା ଅନୁସାରେ, ଏହି ଲୁଟେରା ଗ୍ୟାଙ୍ଗ ଭୁବନେଶ୍ଵରର ଅନେକ ଅଞ୍ଚଳରେ ଭିନ୍ନ ଭିନ୍ନ ତାରିକା ଆପଣାଇ ଲୁଟପାତ ଚଳାଉଥିଲେ । ସମସ୍ତ ଅଭିଯୁକ୍ତ ନୟାଗଡ଼ ଜିଲ୍ଲାରୁ ଆସି ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳରେ ରହିଛନ୍ତି। ଏହି ଦଳ “ବ୍ଲାକ୍ ଜ୍ୟାକେଟ୍” ଗ୍ୟାଙ୍ଗ ଭାବରେ ଜଣାଶୁଣା । ବାଇକ୍ ନମ୍ବର ପ୍ଲେଟରେ ବ୍ଲାକ ଟେପ୍ ଲଗାଇ କଳା ଜ୍ୟାକେଟ ପିନ୍ଧି ଏମାନେ ଛିନତାଇ କରନ୍ତି । ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଟାର୍ଗେଟ କରି ବାଇକକୁ ଦୃତଗତିରେ ଆଣି ଆଖି ପିଛୁଳାକେ ଚେନ୍ ଛିଣ୍ଡାଇ ଫେରାର ହୋଇଯାଆନ୍ତି । ସେହି ସୁନା ଗୁଡିକୁ ବ୍ୟାଙ୍କରେ ବନ୍ଧା ପକାଇ ଋଣ ଆଣନ୍ତି ।

ଆଗକୁ ପାର୍ବଣ ଋତୁ ଆସୁଥିବାରୁ ରାଜ୍ୟରେ ସକ୍ରିୟ ରହିଛନ୍ତି ଏପରି ଅନେକ ଗ୍ୟାଙ୍ଗ । ସେମାନଙ୍କୁ ଧରିବା ପାଇଁ କମିସନରେଟ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଖୁବ୍ ଶିଘ୍ର ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ କରିବ କମିଶନରେଟ ପୋଲିସ ।

Comments are closed.