Latest Odisha News

BREAKING NEWS

ପୁଣି ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ-ମାଓବାଦୀ, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ

ମାଲକାନଗିରି: ଛତିଶଗଡ଼ ବିଜାପୁରରେ ପୁଣି ମୁହାଁ ମୁହିଁ ହେଲେ ସୁରକ୍ଷାକର୍ମୀ ଓ ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ । କୁମ୍ବିଂ ଅପରେଶନ ଚାଲିଥିବା ବେଳେ ଉଭୟ ପଟରୁ ହୋଇଥିଲା ଗୁଳିଚାଳନା । ମୃତ ମାଓବାଦୀଙ୍କ ଶବ ଉଦ୍ଧାର ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଏବେବି ସର୍ଚ୍ଚ ଅପରେଶନ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ଏସପି ଜିତେନ୍ଦ୍ର ଯାଦବ ।

ସୂଚନା ଅନୁସାରେ, ଛତିଶଗଡ ବିଜାପୁରରେ ମାଓବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା । ଯାହାକୁ ଆଧାର କରି ଡିଆଇଜି ଓ ବିଏସଏଫ ବାହିନୀ ପକ୍ଷରୁ ମିଳିତ ଭାବେ ସେହି ସ୍ଥାନରେ ଚଢାଉ କରିଥିଲେ । ଉଭୟ ପକ୍ଷରୁ କିଛି ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ଏହାପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ପୋଲିସ୍‌ ସର୍ଚ୍ଚ ଅପରେସନ୍ ବେଳେ ୪ ମାଓବାଦୀଙ୍କର ମୃତଦେହ ଉଦ୍ଧାର କରିଛି । ୪ ମାଓବାଦୀଙ୍କ ମଧ୍ୟରୁ ୨ଜଣ ମହିଳା ମାଓବାଦୀ ଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି । ବର୍ତ୍ତମାନ୍ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୨୫ ଫେବୃଆରୀରେ ମାଲକାନଗିରି-ଛତିଶଗଡ ସୀମାନ୍ତ କାଙ୍କେର ଜିଲ୍ଲାର କୈଲିବେଡା ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ଭିତରେ ପ୍ରାୟ ଦୁଇ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିଲେ । ଏଥିରେ ୩ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ଆହତ ସୁରକ୍ଷାକର୍ମୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

 

 

 

Comments are closed.