Latest Odisha News

BREAKING NEWS

ଭୁବନେଶ୍ୱରରେ ବଢୁଛି କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର: ବଢୁଛି କରୋନା ସଂକ୍ରମଣ । ତାସହ ବଢୁଛି କଟକଣା । ଭୁବନେଶ୍ୱରରେ ଆଉ ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ । ନୟାପଲ୍ଲୀ ଓ ଭୀମପୁରର ଗୋଟିଏ ଲେଖାଏ ସ୍ଥାନକୁ କଣ୍ଟେନମେଣ୍ଟ କରାଯାଇଛି । ସେହିପରି ଶ୍ରୀକ୍ଷେତ୍ର ବିହାରରେ ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ଗୋଟିଏ ଲେଖାଏ ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ହେବା ପରେ ପଦକ୍ଷେପ ନେଇଛି ବିଏମସି । ଗତକାଲିଠାରୁ ଆଜି ଭିତରେ ଭୁବନେଶ୍ୱର ଅଞ୍ଚଳରେ ୧୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ କରାଗଲାଣି । କାଲି ୧୦ଟି ସ୍ଥାନକୁ ଦୁଇଟି ପର୍ୟ୍ୟାୟରେ କଣ୍ଟେନମେଣ୍ଟ ଜୋନ୍ କରାଯାଇଥିଲା ।

Leave A Reply

Your email address will not be published.