Latest Odisha News

BREAKING NEWS

୩ ବର୍ଷ ପରେ ବଲିଉଡ୍‌ରେ ଧମାକାଦାର ଏଣ୍ଟ୍ରି କରିବେ ଅନୁଷ୍କା

ମୁମ୍ବାଇ: ନୂଆ ବର୍ଷରେ ଧମାକାଦାର ଏଣ୍ଟ୍ରି କରିବେ ଅନୁଷ୍କା। ଅନୁଷ୍କା ଶର୍ମାଙ୍କ ପ୍ରଶଂସକଙ୍କ ଲାଗି ଖୁସି ଖବର। ଆପଣ ଖୁବ୍ ଶୀଘ୍ର ତାଙ୍କୁ ଝୁଲନ୍ ଗୋସ୍ୱାମୀଙ୍କ ଭୂମିକାରେ ବଡ଼ ପରଦାରେ ଦେଖିବାକୁ ପାଇବେ। ଖୁବ ଶୀଘ୍ର ଝଲନ୍‌ଙ୍କ ବାୟ‌ୋପିକ୍‌ର ସୁଟିଂ ଆରମ୍ଭ ହେବ। ତେବେ ଏହି ଚଳଚ୍ଚିତ୍ର ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଭିଜୁଆଲ୍ ଟ୍ରିଟ୍ ହେବ।

ଏଥିସହିତ ଅନୁଷ୍କାଙ୍କୁ କ୍ରିକେଟର ଭାବରେ ଦେଖିବା ମଧ୍ୟ ଉତ୍ସାହଜନକ ହେବ। ପ୍ରାୟ ୧ ମିନିଟର ଟିଜରର ଝଲକ ଦେଖିବାକୁ ମିଳିଛି। ଅନ୍ୟ ପଟେ ଅନୁଷ୍କା ବଙ୍ଗାଳୀ ଭାଷାରେ ଝୁଲାନ୍ ଗୋସ୍ୱାମୀଙ୍କ ପରି କଥା ହେଉଥିବା ନଜର ଆସିଛନ୍ତି। ସେ ଏକ ଭାବପ୍ରବଣ ନୋଟ୍ ମଧ୍ୟ ଲେଖିଛନ୍ତି ଏବଂ ଏହି ଚଳଚ୍ଚିତ୍ରଟି ତାଙ୍କ ପାଇଁ କାହିଁକି ସ୍ୱତନ୍ତ୍ର ବୋଲି ‌ସେ ବର୍ଣ୍ଣନା ମଧ୍ୟ କରିଛନ୍ତି। ‘ଚକଡା ଏକ୍ସପ୍ରେସ’ ପୂର୍ବତନ ଭାରତୀୟ ଅଧିନାୟକ ଝଲନ ଗୋସ୍ୱାମୀଙ୍କ ଜୀବନୀ ଉପରେ ଆଧାରିତ।

Leave A Reply

Your email address will not be published.