Latest Odisha News

ଭୀମସାରରୁ ଆଉ ଚାରି ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ସମ୍ୱଲପୁର: ବୁର୍ଲା ଭୀମସାରରୁ ପୁଣି ବାହାରିଛନ୍ତି ଚାରି ଜଣ କରୋନା ସଂକ୍ରମିତ । ସମସ୍ତ ଆକ୍ରାନ୍ତ କରୋନା ଯୋଦ୍ଧା । ଏମାନଙ୍କ ଭିତରେ ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳା ଅଛନ୍ତି । ସମ୍ୱଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ମିଳିଛି ।

ପୂର୍ବରୁ ଭୀମସାରରୁ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ଭୀମସାର ଓପିଡିକୁ ଆସନ୍ତା ୧୯ ତାରିଖ ଯାଏଁ ବନ୍ଦ ରଖାଯାଇଛି । କେବଳ ଜରୁରିକାଳୀ ସ୍ୱାସ୍ଥ୍ୟସେବାକୁ ଅନୁମତି ଦେଇଛି ପ୍ରଶାସନ । ବର୍ତ୍ତମାନ ଭୀମସାରର ସମସ୍ତ ଓପିଡି ଓ ହସ୍ପିଟାଲ ପରିସରକୁ ସାନିଟାଇଜ କରାଯାଉଛି ।

ସମ୍ୱଲପୁର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୨୯ କୋଭିଡ ପଜିଟିଭ କେସ୍ ବାହାରିଛି । ୧୦୧ ଜଣ ସୁସ୍ଥ ହୋଇଥିବା ବେଳେ ୨୮ ଜଣ ଚିକିତ୍ସାଧୀନ ଅଛନ୍ତି ।

Leave A Reply

Your email address will not be published.