Latest Odisha News

BREAKING NEWS

ରାଜ୍ୟରେ ମହାମାରୀ ନେଲା ଆଉ ୪ ଜୀବନ, ମୃତ୍ୟୁସଂଖ୍ୟା ୧,୮୬୧କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ନେଲା ଆଉ ୪ ଜିଲ୍ଲାରୁ ୪ ଆକ୍ରାନ୍ତଙ୍କ ଜୀବନ । ଏମାନଙ୍କ ଭିତରେ ଜଣେ ମହିଳା ଅଛନ୍ତି । କଳାହାଣ୍ଡି ଜିଲ୍ଲାରେ ୪୫ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ସେହିପରି ଭୁବନେଶ୍ୱରରେ ଜଣେ ୩୫ବର୍ଷୀୟ ଯୁବକଙ୍କ ଜୀବନ ନେଇଛି କରୋନା । ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ୭୦ବର୍ଷୀୟ ବୃଦ୍ଧ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ୬୫ବର୍ଷୀୟ ପୁରୁଷ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୮ଶହ ୬୧କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.