Latest Odisha News

BREAKING NEWS

ସ୍ୱପ୍ନାଙ୍କ ସ୍ୱପ୍ନ ସାକର କଲେ ଧମେନ୍ଦ୍ର: ପତ୍ନୀଙ୍କ ପାଇଁ ଜହ୍ନରେ ଜାଗା କିଣିଲେ !

ଆଜମେର:ରାଜସ୍ଥାନ ଆଜମେରର ଧମେନ୍ଦ୍ର ତାଙ୍କ ପତ୍ନୀ ସ୍ୱପ୍ନା ଅନିଜାଙ୍କୁ ବହୁତ ଭଲ ପାଆନ୍ତି । ୮ମ ବିବାହ ବାର୍ଷିକୀରେ ଧମେନ୍ଦ୍ର ନିଜ ପତ୍ନୀଙ୍କ ପାଇଁ ଜହ୍ନରେ ୩ ଏକର ଜାଗା କିଣିଛନ୍ତି । ବିଶ୍ୱାସ ନ ହେଲେ ବି ସତ । ପତ୍ନୀ ସ୍ୱପ୍ନାଙ୍କ ସ୍ୱପ୍ନ ସାକର କରିଛନ୍ତି ଧମେନ୍ଦ୍ର । ସେ ବି ଏ ଭଳି ଉପହାର ପାଇବେ ବୋଲି କେବେ ଆଶା କରି ନ ଥିଲେ ।

BjdElectrycity

ଧମେନ୍ଦ୍ର କହିଛନ୍ତି ମୁଁ ବୋଧହୁଏ ରାଜସ୍ଥାନର ପ୍ରଥମ ବ୍ୟକ୍ତି ଯିଏ ଜହ୍ନରେ ଜାଗା କିଣିଛି । ବିବାହ ବାର୍ଷିକୀରେ ଏପରି କଣ ଦେବି ଯାହା ସ୍ୱପ୍ନା କେବେ ଚିନ୍ତା କରି ନ ଥିବେ । ବହୁତ ଭାବିଲା ପରେ ଏହି ପଦକ୍ଷେପ ଗ୍ରହଣ କରିଥିଲି । ବୋଧଗୟାର ନୀରଜ କୁମାରଙ୍କଠାରୁ ମୁଁ ଏହି ପ୍ରେରଣା ପାଇଥିଲି । ସୂଚନାଯୋଗ୍ୟ ନୀରଜଙ୍କ ସମେତ ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଏବଂ ସୁଶାନ୍ତ ସିଂ ରାଜପୁତ ମଧ୍ୟ ଜହ୍ନରେ ଜାଗା କିଣିଛନ୍ତି ।

Leave A Reply

Your email address will not be published.