Latest Odisha News

BREAKING NEWS

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍‌, ମୋଟ ୪୦ଟି ଗେଟ୍ ନିଷ୍କାସନ ହେଉଛି ବନ୍ୟା ଜଳ

ସମ୍ବଲପୁର : ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢିଚାଲିଛି । ତେଣୁ ଆଜି ଅପରାହ୍ନରେ ପୁଣି ୪ଟି ଗେଟ୍ ଖୋଲା ହୋଇଛି । ହୀରାକୁଦ ଡ୍ୟାମ୍‌ରୁ ବର୍ତ୍ତମାନ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।

ହୀରାକୁଦର ବର୍ତ୍ତମାନ ଜଳସ୍ତର ରହିଛି ୬୨୫ ଦଶମିକ ୫୨ ଫୁଟ୍ । ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ୬ଲକ୍ଷରୁ ଅଧିକ ଜଳ ପ୍ରବେଶ କରୁଥିବା ବେଳେ ୬ ଲକ୍ଷ ୬୦ ହଜାର ୭୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଆଗକୁ ଜଳସ୍ତର ଦେଖି ଅଧିକ ଗେଟ୍ ଖୋଲାଯିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.