Latest Odisha News

କରୋନା ନିୟମ ଉଲ୍ଲଘଂନ ଅଭିଯୋଗରେ ହୋଟେଲ ସିଲ୍

ଭୁବନେଶ୍ୱର: କରୋନା ନିୟମ ଉଲ୍ଲଘଂନ କରିବା ଅଭିଯୋଗରେ ପୁରୀ ବାଇପାସ୍ ନିକଟରେ ଥିବା ଏକ ହୋଟେଲ୍ ଓ ରେଷ୍ଟୁରାଣ୍ଟକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଶୁକ୍ରବାର ଦିନ ସିଲ୍ କରିଛି ।

ଉକ୍ତ ହୋଟେଲ୍ ଓ ରେଷ୍ଟୁରାଣ୍ଟରେ ବିଏମସିର ସ୍ପେଶାଲ୍ ସ୍କ୍ୱାଡ୍ ଚଢାଉ ବେଳେ ସେଠାରେ ଜନ୍ମଦିନ ସେଲିବ୍ରେସନ୍ କରାଯାଉଥିବା ନେଇ ଜଣାପଡିଥିଲା ।

ଏନେଇ ବିଏମସି ଏନଫୋର୍ସମେଣ୍ଟ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ପଣ୍ଡା କହିଛନ୍ତି ଯେ ଉକ୍ତ ରେଷ୍ଟୁରାଣ୍ଟରେ ପ୍ରାୟ ୬୦ ଜଣ ବ୍ୟକ୍ତି ସମବେତ ହୋଇଥିଲେ । ଏପରିକି ବିନା ଲାଇସେନ୍ସରେ ହୋଟେଲ୍ ମାଲିକ ମଦ ଯୋଗାଉଥିବା ତଦନ୍ତରୁ ଜଣାପଡିଛି ।

ପରେ ବିଏମସି ପକ୍ଷରୁ ରେଷ୍ଟୁରାଣ୍ଟକୁ ସିଲ୍ କରାଯିବା ସହ ହୋଟେଲ୍ ମାଲିକକୁ ଏକ ନୋଟିସ୍ ପଠାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.