Latest Odisha News

BREAKING NEWS

ଯବାନ- ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି; ୪ ନକ୍ସଲ ନିହତ

ଛତିଶଗଡ଼: ନକ୍ସଲ ପ୍ରଭାବିତ ବିଜାପୁରରେ DRG ଯବାନମାନେ ପୁଣି ଥରେ ଏକ ବଡ଼ ସଫଳତା ହାସଲ କରିଛନ୍ତି।  ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଜାରି ରହିଛି । ଏନକାଉଣ୍ଟର ସମୟରେ ଚାରି ଜଣ ନକ୍ସଲ ନିହତ ହୋଇଛନ୍ତି। ବର୍ତ୍ତମାନ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଅଧିକାରୀମାନେ କହିଛନ୍ତି ଯେ, ସୁରକ୍ଷାବାହିନୀ ଏପର୍ଯ୍ୟନ୍ତ ଏନକାଉଣ୍ଟର ସ୍ଥଳରୁ ଚାରି ଜଣ ନକ୍ସଲଙ୍କ ମୃତଦେହ ଏବଂ ଇନ୍‌ସାସ୍, SLR ରାଇଫଲ୍ସ, ବିସ୍ଫୋରକ ସାମଗ୍ରୀ ଏବଂ ଦୈନନ୍ଦିନ ବ୍ୟବହାରର ଜିନିଷପତ୍ର ସମେତ ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛନ୍ତି।

ଏନକାଉଣ୍ଟର ସମୟରେ ଅନେକ ନକ୍ସଲ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲେ। ପଳାତକ ନକ୍ସଲଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଚାଲିଛି। କିଛି ନକ୍ସଲ ଏବେ ବି ଗୁଳି ଚଳାଉଛନ୍ତି। ସେମାନଙ୍କୁ ଫୋର୍ସ କଡା ଜବାବ ଦେଉଛି।

ସୁରକ୍ଷାବାହିନୀ ନିୟମିତ ସର୍ଚ୍ଚ ଅପରେସନରେ ଜଙ୍ଗଲକୁ ବାହାରିଥିଲେ। ଏହି ସମୟରେ, ଖବର ମିଳିଲା ଯେ କିଛି ନକ୍ସଲ ଘନ ଜଙ୍ଗଲରେ ଏକ ବୈଠକ କରୁଛନ୍ତି। ସୂଚନା ନିଶ୍ଚିତ କରିବା ପରେ, DRG ଦଳ ସେହି ଅଞ୍ଚଳକୁ ବାହାରିଥିଲା । ବିଜାପୁର ଜଙ୍ଗଲର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଫୋର୍ସ ପହଞ୍ଚିବା ମାତ୍ରେ ନକ୍ସଲମାନେ ଯବାନଙ୍କ ଉପରେ ଗୁଳି ଚଳାଇବା ଆରମ୍ଭ କରିଦେଲେ। ଯବାନମାନେ ମଧ୍ୟ କଡା ଜବାବ ଦେଉଛନ୍ତି ।

ଏନକାଉଣ୍ଟର ସ୍ଥଳ ନିକଟରେ ଉଭୟ ପାର୍ଶ୍ୱରୁ ମଝିରେ ମଝିରେ ଗୁଳିଚାଳନା ଜାରି ରହିଛି। ବିଜାପୁର ପୋଲିସ କହିଛି ଯେ , ଅପରେସନରେ ସାମିଲ ଯବାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି, ଏବେ ଆମେ କିଛି ତଥ୍ୟ ସେୟାର କରିପାରିବୁ ନାହିଁ। ଅପରେସନ ସମାପ୍ତ ହେବା ପରେ ଯବାନମାନେ ଫେରିବା ପରେ ଏନକାଉଣ୍ଟର ସମ୍ପର୍କିତ ସମସ୍ତ ସୂଚନା ଗଣମାଧ୍ୟମକୁ ଦିଆଯିବ।

Comments are closed.