Latest Odisha News

BREAKING NEWS

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ନକ୍ସଲ ନିହତ: ୨ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଝାଡ଼ଖଣ୍ଡ: ଚାଇବାସାରେ ପୋଲିସର ବଡ଼ ଧରଣର ଏନକାଉଣ୍ଟର। ନକ୍ସଲ ନିପାତ ଅଭିଯାନରେ ଆଉ ଏକ ସଫଳତା। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀ । ଏମାନଙ୍କ ଭିତରେ ଅଛନ୍ତି ଜଣେ ଜୋନାଲ କମାଣ୍ଡର, ୨ ଏରିଆ କମାଣ୍ଡର ସମେତ ୪ ନିହତ ହୋଇଛନ୍ତି। ଏଥିସହ ଜଣେ ମହିଳା ନକ୍ସଲଙ୍କ ସମେତ ଦୁଇଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। ଝାଡଖଣ୍ଡ ଚାଇବାସାରେ ମୁହାଁମୁହିଁ ହୋଇଥିଲେ ପୋଲିସ-ମାଓବାଦୀ।

ସୂଚନାନୁସାରେ, ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନରେ ଥିଲେ। ଏହି ସମୟରେ ଲୁଚି ବସିଥିବା ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଗୁଳି ବିନିମୟରେ ସେନାମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ। ଫଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ନକ୍ସଲ ନିହତ ହେଲେ। ତେବେ ମୃତ୍ୟୁ ସଂଖ୍ୟା ବଢିବାକ ସମ୍ଭାବନା ରହିଛି। ବର୍ତ୍ତମାନ ଉକ୍ତ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଚାଲିଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ସୂଚନାଯୋଗ୍ୟ ଯେ ନିହତ କରିଥିବା ମାଓବାଦୀଙ୍କ ମୁଣ୍ଡ ଉପରେ ଥିଲା ୧୦ ଲକ୍ଷ ଟଙ୍କାର ପୁରସ୍କାର। ଏଥିରେ ଜଣେ ଜୋନାଲ କମାଣ୍ଡର ମଧ୍ୟ ସାମିଲ ଥିଲେ। ଏହା ବ୍ୟତୀତ ଜଣେ ସବ୍-ଜୋନାଲ କମାଣ୍ଡର ଏବଂ ଜଣେ ମହିଳା ନକ୍ସଲ ସହିତ ଜଣେ ଏରିଆ କମାଣ୍ଡର ମଧ୍ୟ ସୁରକ୍ଷା ବାହିନୀ ଦ୍ୱାରା ନିହତ ହୋଇଛନ୍ତି। ସୂଚନା ମୁତାବକ, ଏହି ଏନକାଉଣ୍ଟର ପଶ୍ଚିମ ସିଂହଭୂମର ଗୁୱା ଥାନା ଅଞ୍ଚଳର ଲିପୁଙ୍ଗାଠାରେ ଘଟିଛି।

Leave A Reply

Your email address will not be published.