ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ ନୂଆ ଅତିଥି । ଦୁଇଟି ଓ୍ବାଲାବି ଏବଂ ପ୍ରଥମଥର ଦୁଇଟି ଲିଭିଂ ଷ୍ଟୋନ୍ ଟୁରାକୋ ଆସିଲେ । ଦୀର୍ଘ ୩୫ ବର୍ଷ ପରେ ଆସିଛନ୍ତି ଦୁଇଟି ୱାଲାବି। ସେମାନଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ।
ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଏମାନଙ୍କୁ ଅଣାଯାଇଛି । ବର୍ତ୍ତମାନ ଏମାନଙ୍କୁ ନୂଆ ଖୁଆଡ ନିର୍ମାଣ କରାଯାଇ ରଖାଯାଇଛି । ଡିସେମ୍ବର ୨୯ ତାରିଖରେ ନନ୍ଦନକାନନର ପ୍ରତିଷ୍ଠା ଦିବସ ରହିଛି । ଏହିଦିନ ପର୍ଯ୍ୟଟକମାନେ ୪ ନୂଆ ଜୀବଜନ୍ତୁଙ୍କୁ ଦେଖିବାକୁ ପାଇବେ । ପୂର୍ବରୁ ସେପ୍ଟେମ୍ବର ମାସରେ ଆଇଜଲ ଜୁଲୋଜିକାଲ ଚିଡିଆଖାନାରୁ ୩ ପ୍ରଜାତିର ୫ ଜୀବଜନ୍ତୁ ଆସିଥିଲେ ।
Comments are closed.