Latest Odisha News

ରାଜଧାନୀରେ ଆଉ ୪ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀରେ ଆଉ ୪ ଜଣ ନୂଆ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ମାମଲା ୬କୁ ବୃଦ୍ଧି ପାଇଛି।

ସମସ୍ତ ୬ ଜଣ ରୋଗୀଙ୍କ ସାମାନ୍ୟ ଲକ୍ଷଣ ଥିବା ଜଣାପଡ଼ିଛି ଏବଂ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ମଧ୍ୟ ହୋଇଥିବା ସୂଚନା ମିଳିଛି।

ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, “ଚାରିଟି ନୂଆ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି, ଏହାକୁ ମିଶାଇ ମୋଟ ମାମଲା ୬କୁ ବୃଦ୍ଧି ପାଇଛି। ଏହି ୬ ଜଣ ରୋଗୀଙ୍କ ମଧ୍ୟରୁ ଜଣେ ରୋଗୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।”

ଦିଲ୍ଲୀର ପ୍ରଥମ ଓମିକ୍ରନ୍ ରୋଗୀ, ୩୭ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ବୋଲି ଅଧିକାରୀମାନେ ମଙ୍ଗଳବାର କହିଛନ୍ତି।

Comments are closed.