Latest Odisha News

BREAKING NEWS

ଇନଷ୍ଟାଗ୍ରାମର ସମସ୍ତ ପୋଷ୍ଟ ଡିଲିଟ କଲେ ଜନ ଆବ୍ରାହମ

ମୁମ୍ବାଇ: ବଲିଉଡ ଅଭିନେତା ଜନ ଆବ୍ରାହମ ତାଙ୍କର ଇନଷ୍ଟାଗ୍ରାମ ଆକାଂଉଟର ସମସ୍ତ ପୋଷ୍ଟ ଡିିଲିଟ କରିଛନ୍ତି । ପ୍ରଥମେ ଏହା କୌଣସି ହ୍ୟାକର କରିଥିବା ଅନୁମାନ କରାଯାଉଥିଲା । ମାତ୍ର ପରେ ଅଭିନେତା ନିଜେ ଏହାକୁ ଡିଲିଟ କରିଥିବା ଜଣା ପଡିଥିଲା । ସତ୍ୟମେବ ଜୟତେ ୨ର ସଫଳତା ପରେ ଜନଙ୍କ ଏହି ପଦକ୍ଷେପ ପ୍ରଶଂସକଙ୍କୁ ଚକିତ କରିଛି । ଇନଷ୍ଟାଗ୍ରାମରେ ତାଙ୍କର ୯ ମିଲିୟନରୁ ଊର୍ଦ୍ଧ୍ୱ ଫଲୋର୍ସ ଅଛନ୍ତି । ୧୭ ଡିସେମ୍ବରରେ ଜନଙ୍କ ୪୭ତମ ଜନ୍ମଦିବସ ପାଳିତ ହେବ ।

କିଛି ଦିନ ତଳେ କପିଲ ଶର୍ମା ଶୋରେ ସେ ଅନାବଶ୍ୟକ ଚାପ ଆଗକୁ ନେବାକୁ ଚାହୁଁ ନାହାନ୍ତି ବୋଲି କହିଥିଲେ । ସେ ଜନ୍ମ ଦିନ ପରେ ସମ୍ପୂର୍ଣ୍ଣ ନୂତନ ଶୈଳୀରେ ତାଙ୍କ ଜୀବନର ନୂତନ ଚ୍ୟାପ୍ଟର ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ଅନୁମାନ କରାଯାଉଛି । ଏ ନେଇ ଜନ କୌଣସି ମନ୍ତବ୍ୟ ଦେଇ ନାହାନ୍ତି ।

Leave A Reply

Your email address will not be published.