Latest Odisha News

BREAKING NEWS

ଜଗତସିଂହପୁରକୁ ଡେଇଁଲା କରୋନା, ୪ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ନୂଆ ଜିଲ୍ଲା ଜଗତସିଂହପୁରକୁ ଡେଇଁଲା କରୋନା । ରାଜ୍ୟରେ ପୁଣି ଆଉ ନୂଆ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ଜଗତସିଂହପୁରର ନାଉଗାଁ ଅଂଚଳର । ଏମାନେ ସମସ୍ତେ ୨୬, ୩୨, ୩୦ ଓ ୪୭ ବର୍ଷୀୟ ପୁରୁଷ । ଏମାନଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ଓ ଅନ୍ୟ ଜଣେ ସେହି ଗାଁର । ଏହି ୪ ଜଣ ଆକ୍ରାନ୍ତ ସୁରତ ଫେରନ୍ତା ।

BjdElectrycity

ସୁରତରୁ ଫେରିବା ପରେ ଏମାନାଙ୍କୁ ସଙ୍ଗରୋଧରେ ରଖାଯାଇଥିଲା । ନମୂନା ପରୀକ୍ଷା ପରେ ୪ ଜଣଙ୍କ ରିପୋର୍ଟ ପଜିଟିଭ ବାହାରିଥିବା ନେଇ ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

ଆଜି ଗୋଟିଏ ଦିନରେ ରାଜ୍ୟରେ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଓଡ଼ିଶାରେ ୧୭ଟି ଜିଲ୍ଲାକୁ କରୋନା ତା’ର କାୟା ବିସ୍ତାର କରିଛି ।

Leave A Reply

Your email address will not be published.