Latest Odisha News

BREAKING NEWS

ଚାଷୀଙ୍କୁ ନାହିଁ ଲକ୍‌ଡ଼ାଉନ କଟକଣା: କରିପାରିବେ କୃଷିକାର୍ଯ୍ୟ

ଭୁବନେଶ୍ୱର: କରୋନା ଲକ୍‌ଡ଼ାଉନର ପ୍ରକୋପ ସାରା ରାଜ୍ୟକୁ ଘାରିଥିବାବେଳେ କୃଷିକାର୍ଯ୍ୟ ଉପରେ କୌଣସି କଟକଣା ନଥିବା ରାଜ୍ୟ କୃଷିମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ସୁଚନା ଦେଇଛନ୍ତି । କେବଳ କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଅନ୍ୟ ସମସ୍ତ ଅଞ୍ଚଳରେ ବିନା ଦ୍ୱନ୍ଦ୍ୱରେ କୃଷି ଓ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟ କରିବାକୁ ସରକାର ଘୋଷଣା କରିଛନ୍ତି ।

ଏ ଦିଗରେ ଯେପରି କୌଣସ କିଛି ସମସ୍ୟା ନ ଉପୁଜେ ସେଥିପାଇଁ ସବୁ ଜିଲ୍ଲାରେ ନୋଡ଼ାଲ ଅଫିସଙ୍କୁ ନିଯୁକ୍ତ କରାଯିବା ସଙ୍ଗେ ଜିଲ୍ଲାପାଳ ମାନଙ୍କୁ ଦାୟିତ୍ୱ ଦିଆଯାଇଅଛି ।

ଖରିଫ ଫସଲଠାରୁ ଆରମ୍ଭ କରି ରବି ଫସଲର ବିକ୍ରି,ପନିପରିବାର ଅନ୍‌ଲାଇନ ବିକ୍ରି ସହିତ ମତ୍ସ୍ୟଚାଷୀମାନଙ୍କ ମାଛ ଅମଳ,ପ୍ୟାକେଜିଂ ସହ ପରିବହନ ଓ ବିକ୍ରି ବ୍ୟବସ୍ଥା କୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ  ପଦକ୍ଷେପମାନ ଗ୍ରହଣ କରାଯାଇଅଛି ।

ପନିପରିବା ର ଅନଲାଇନ ବିକ୍ରି ବ୍ୟବସ୍ଥା ପରେ ୧୨୦୦ ବ୍ୟବସାୟୀ ଓ ୯୮୦ ଚାଷୀ ଉପକୃତ ହୋଇପାରିଛନ୍ତି । ଏପିକଲ ଚାଷୀଙ୍କୁ ୬୬ଲକ୍ଷର ସବସିଡ଼ି ମିଳିବା ସହ କୃଷି ଯନ୍ତ୍ରପାତି କିଣାବାବଦକୁ ୨୮୯ଜଣ ଚାଷୀଙ୍କୁ ଅଢ଼େଇ କୋଟିର ସବସିଡି ମିଳିଛି ।

ସେହିପରି ରାଜ୍ୟରେ ଆସନ୍ତା ୭ରୁ ଅଗଷ୍ଟ ୫ ତାରିଖ ଯାଏ ସର୍ବନିମ୍ନ ସହାୟକ ମୂଲ୍ୟରେ ଡ଼ାଲି ଓ ତୈଳବୀଜ କ୍ରୟ କରାଯିବ । ସଂଗ୍ରହ କେନ୍ଦ୍ରରେ ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ତଥା ସାନିଟାଇଜର ଓ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଅଛି ।

Leave A Reply

Your email address will not be published.