ଭୁବନେଶ୍ୱର: ଢେଙ୍କାନାଳରେ ଧିମେଇ ଚାଲିଛି ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟ । ଗୋଟିଏ କି ୨ଟି ନୁହେଁ ଢେଙ୍କାନାଳରେ ୪ଟି ଜାତୀୟ ରାଜପଥ ନିର୍ମାଣ ମନ୍ଥର ଗତିରେ ଚାଲିଛି । ଆଉ ବିଳମ୍ବିତ ନିର୍ମାଣର କାରଣ ହେଉଛି ଜମି ଅଧିଗ୍ରହଣ, ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ସହ ଠିକାଦାରଙ୍କ ମନ୍ଥର ଗତିରେ କାର୍ଯ୍ଯ ।
ଏହି ପ୍ରକଳ୍ପର ସମୀକ୍ଷା କରିବା ସହ ୨୦୨୪ ମାର୍ଚ୍ଚ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ କାମ ବିଳମ୍ବ ହେଉଥିବା ବେଳେ ଅଧିକ କେତେ ଅର୍ଥ ଖର୍ଚ୍ଚ ହେବ ସେନେଇ ଜଣାପଡ଼ିନାହିଁ ।
ଲୋକସଭାରେ ଏନେଇ ଲିଖିତ ଭାବେ ଜଣାଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ।
ଜାତୀୟ ରାଜପଥ ନିର୍ମାଣକୁ କେନ୍ଦ୍ର ସରକାର ନୀରିକ୍ଷଣ କରୁଛନ୍ତି । ବିଭିନ୍ନ ସ୍ତରରେ ସମୟ ସମୟରେ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ହେଉଛି । ଢେଙ୍କାନାଳ ଦେଇ ଯାଇଥିବା ଜାତୀୟ ରାଜପଥ କାମ ବିଳମ୍ବ ହେଉଥିବା ବେଳେ ତାର ସମୀକ୍ଷା କରିଛନ୍ତି କେନ୍ଦ୍ର ସରକାର ।
ନୂଆ ଜାତୀୟ ରାଜପଥ ନିର୍ମାଣ ୨ରୁ ୩ ବର୍ଷ ମଧ୍ୟରେ ସରିଥାଏ । ତେବେ ବିଭିନ୍ନ ସମୟରେ ଜମି ଅଧିଗ୍ରହଣ, ଏକାଧିକ କ୍ଲିୟରାନ୍ସ ଯୋଗୁ ସମୟରେ କାମ ସରି ପାରି ନଥାଏ ।
Comments are closed.