Latest Odisha News

BREAKING NEWS

ଧାରାଭୀ ଏକ ଜନ କେନ୍ଦ୍ରିକ ରୂପାନ୍ତରଣ

ନିଜର ଅଭିଳାଷା ତାଲିକାରେ ପୂର୍ବତନ ବିଶ୍ୱ ହେଭିୱେଟ୍‌ ବକ୍ସିଂ ଚମ୍ପିଅନ୍ ମାଇକ ଟାଇସନ୍‌ ଭାରତର ଦୁଇଟି ସ୍ଥାନ ପରିଦର୍ଶନ ପାଇଁ ଇଛା ପ୍ରକାଶ କରିଥିଲେ: ଗୋଟିଏ ସ୍ଥାନ ହେଉଛି ତାଜମହଲ ଏବଂ ଅନ୍ୟ ସ୍ଥାନଟି ଧାରାଭୀ ।

ଧାରାଭୀ ସହିତ ମୋର ପ୍ରଥମ ସାକ୍ଷାତ ୧୯୭୦ ଦଶକର ଶେଷ ଆଡକୁ ହୋଇଥିଲା । ମୁମ୍ବାଇ ସହର ପାଇଁ ମୁୁଁ ନୂଆ ହେବା ସହିତ ଏକ ଅଜ୍ଞାତ ଯୁବକ ଭାବେ ସୁଯୋଗର ସନ୍ଧାନରେ ଓ ହୀରା ବ୍ୟବସାୟରେ ସଫଳତା ପାଇବା ଆଶାରେ ଏହି ମାୟା ନଗରୀକୁ ଆସିଥିଲି । ସେହି ସମୟରେ ମଧ୍ୟ ଧାରାଭୀରେ ଭାରତର ବିଭିନ୍ନ ପ୍ରାନ୍ତର ଭିନ୍ନ ଭିନ୍ନ ବିଶ୍ୱାସ, ସଂସ୍କୃତି ଏବଂଭାଷାର ଲୋକଙ୍କ ମିଶ୍ରଣ ଥିଲା । ଧାରାଭୀର ଗଳିରେ ମୁଁ ପରିଶ୍ରମୀ ଲୋକମାନଙ୍କ ବିଶୃଙ୍ଖଳା ଦେଖି ବିସ୍ମିତ ହୋଇ ଯାଇଥିଲି, ଯେଉଁଠାରେ ଭାରତର ପ୍ରାୟ ସମସ୍ତ ଭାଷା ସମାନ ଆଗ୍ରହ ସହିତ ଗୁଞ୍ଜରଣ ହେବାର ପ୍ରତୀତ ହେଉଥିଲା ।କିନ୍ତୁ ସେହି ବିଶୃଙ୍ଖଳା ମଧ୍ୟରେ ଶୃଙ୍ଖଳା ମଧ୍ୟ ଥିଲା, ଯାହା ଧାରାଭୀର ଅନ୍ତର ଆତ୍ମାକୁ ପ୍ରତିଫଳିତ କଲା ଭଳି ପ୍ରତୀତ ହେଉଥିଲା  ମୁଁ କେବେ ବି ଏହାକୁ ବର୍ଣ୍ଣନା କରି ପାରିବିି ନାହିଁ, କିନ୍ତୁ ଅତ୍ୟନ୍ତ ଦୃଢତାର ସହ ଏହାକୁ ଅନୁଭବ କରୁଛି ।

ଧାରାଭୀର ଏହି ଗସ୍ତ ଉଭୟ ଶାନ୍ତ ଓ ବିବ୍ରତକାରୀ ଥିଲା । ନିଜର ଅସ୍ତିତ୍ୱ ବଂଚାଇବା ପାଇଁ ସେଠାକାର ଲୋକମାନଙ୍କ ସଂଘର୍ଷ ସହିତ ସମଭାବ ଓ ଖୁସିରେ ରହିବାର ଭାବ ମୋତେ ପ୍ରେରିତ କରିଥିଲା । ଅବଶ୍ୟ ସେ ସମୟରେ ମୋ ମନରେ ଏକ ପ୍ରଶ୍ନ ଥିଲା: ସେମାନଙ୍କ ଭାଗ୍ୟକଣ କେବେ ବଦଳିବ ?

ଆଜି ମୁଁ ଆଶ୍ଚର୍ଯ୍ୟଚକିତ । ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଆକାଶ ମାର୍ଗରୁ ଧାରାଭୀକୁ ଏକ ବିଶାଳ ମାନବରେ ଜେଇ ସଦୃଶ ସଂପ୍ରସାରିତ ହେଉଥିବା ଦେଖିବା ଏକ କଠୋର ମାନବ ଅନୁକୂଳନ ହେବା ସହିତ ଏହା ବିଭିନ୍ନ ସ୍ଥାନରୁ ଆସିଥିବା ବାସିନ୍ଦାକୁ ମୁମ୍ବାଇ ଧରି ରଖିବା କ୍ଷମତାର ପ୍ରତିଫଳନ କରୁଛି, କିନ୍ତୁ ଏହା ସହିତ ସହରୀ ମଳିନତାରେ ରହୁଥିବା ଲୋକମାନଙ୍କ ବିକଟ ଅବସ୍ଥାର ସ୍ମୃତିଚାରଣ କରୁଛି, ଯେଉଁମାନେ ଚିରଦିନ ହେଲା ନିଜର ପୁନରୁଦ୍ଧାର ପାଇଁ ଅପେକ୍ଷା କରି ରହିଛନ୍ତି ।

ଏହି ପରିସ୍ଥିତିରେ ଯେତେବେଳେ ଧାରାଭୀର ପୁନରୁଦ୍ଧାର ପାଇଁ ସୁଯୋଗ ଆସିଲା,ମୁଁ ଏହାକୁ ପୂର୍ଣ୍ଣ ହସ୍ତରେ ଗ୍ରହଣ କଲି । ଏହି ସ୍ଥାନରୁ ମୁମ୍ବାଇରେ ମୋର ପ୍ରଥମ ଯାତ୍ରା ଆରମ୍ଭ ହୋଇଥିବାରୁ ମୁଁ ଅତ୍ୟନ୍ତ ଆଗ୍ରହର ସହିତ ଏହି କାର୍ଯ୍ୟକୁ ଗ୍ରହଣ କରିଥିଲି ।  ଅତି ଉତ୍ସାହିତ ହେବା କାରଣରୁ ମୋର ନିଲାମ ମୂଲ୍ୟ ପରବର୍ତ୍ତୀ ସର୍ବାଧିକ ନିଲାମ ଠାରୁ ପ୍ରାୟ ୨.୫ ଗୁଣ ଅଧିକ ଥିଲା ।

ଗୌରବ ଓ ଆଭିମୁଖ୍ୟର ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ଏକ ଗୌରବମୟ, ସୁରକ୍ଷିତ ଓ ଅନ୍ତର୍ଭୁକ୍ତକାରୀ ଧାରାଭୀ ଗଠନ କରିବା ଆମ ପାଇଁ ଏକ ଐତିହାସିକ ସୁଯୋଗ ।

ଯେଭଳି ଆମେ ଏହି ସମ୍ପୁର୍ଣ୍ଣ ଯାତ୍ରା ଆଡ଼କୁ ଅଗ୍ରସର ହେଉଛୁ, ମୁଁ ଆଗକୁ ସମ୍ମୁଖୀନ ହେବାକୁ ଥିବା ବଡ଼ ଆହ୍ୱାନ ଗୁଡ଼ିକ ପ୍ରତି ଅବଗତ ଅଛି । ୧୯୬୦ ଦଶକରେ ନିଜର ଆବାସ ସଂକଟର ସମାଧାନ ପାଇଁ ସିଙ୍ଗାପୁରର ନିଜ ପ୍ରମୁଖ ପ୍ରକଳ୍ପ ତୁଳନାରେ ଧାରାଭୀ ୩ଟି କାରଣରୁ ଏକ ଅନନ୍ୟ ପ୍ରକଳ୍ପ ।

ପ୍ରଥମତଃ  ଏହା ବିଶ୍ୱର ବୃହତ୍ତମ ସହରୀ ପୁର୍ନର୍ବାସ ଏବଂ ଥଇଥାନ ପ୍ରକଳ୍ପ । ଏହି ପ୍ରକଳ୍ପ ଅନ୍ତର୍ଗତ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ପୁର୍ନର୍ବାସ ଓ ଥଇଥାନ କରାଯିବ ।

ଦ୍ୱିତୀୟରେ, ଏଥିରେ ଆବାସିକ ୟୁନିଟ୍‌ ଗୁଡ଼ିକ ସହିତ ବିଭିନ୍ନ ଆକାର ଓ ମାପର ଥିବା ବ୍ୟବସାୟ, ଦୋକାନ ଓ ନେଣଦେଣରେ ଚାଲିଥିବା ଅନ୍ୟ ବ୍ୟବସାୟିକ କାରବାରର ପୁର୍ନର୍ବାସ କରାଯିବ । ଧାରାଭୀରେ ଚାଲିଥିବା ବିଭିନ୍ନ ଓ ନିର୍ଦ୍ଧିଷ୍ଟ ବ୍ୟାପାରର ସମ୍ପୁର୍ଣ୍ଣ ବାତାବରଣ ଓ ବ୍ୟବସାୟିକ ସଂରଚନାର ପୁର୍ନର୍ବାସ ଓ ପୁର୍ନ ନିର୍ମାଣ କରାଯିବ ।

ସେହିପରି ତୃତୀୟରେ, ଏହି ପ୍ରକଳ୍ପର ଲକ୍ଷ୍ୟ ବ୍ୟାପକ ଓ ସାମଗ୍ରିକ ପୁର୍ନ ବିକାଶ ରହିବ । କାରଣ ଏହା ଦ୍ୱାରା ଉଭୟ ଯୋଗ୍ୟ ଏବଂ ଅଯୋଗ୍ୟ ନିବାସୀଙ୍କ ଆବାସ ଓ ପୁର୍ନବାସର ଆବଶ୍ୟକତାକୁ ପୂରଣ କରାଯାଇ ପାରିବ ।

ଅବଶ୍ୟ, ଧାରାଭୀର ପୁର୍ନ ବିକାଶ ନେଇ ମୋ ପାଖରେ କୌଣସି ନିଶ୍ଚିତ ବିଚାରବା ପୂର୍ବକଳ୍ପିତ ଦୃଷ୍ଟିକୋଣ ନାହିଁ । ମୋ ପାଖରେ କେବଳ ଧାରାଭୀ ଲୋକଙ୍କୁ ଧ୍ୟାନରେ ରଖି ଜନ-କେନ୍ଦ୍ରିକ ରୂପାନ୍ତରଣ ଆଣିବା ପାଇଁ ଉତ୍ତମ ଉଦ୍ଦେଶ୍ୟ ଓ ଦୃଢ ଇଛା ଶକ୍ତି ରହିଛି । ଏହା ଏକ ତୃଣମୂଳସ୍ତରର ପ୍ରକଳ୍ପ ହେବ, ଯାହା ସେମାନଙ୍କ ବିଚାର ଓ ଭାବନାକୁ ଯଥା ସମ୍ଭବ ପ୍ରତିଫଳିତକରିବ । ଆମେ ଧାରାଭୀର ଲୋକମାନଙ୍କ ସହିତ ପ୍ରତ୍ୟେକ ପ୍ରତିଭାବାନ ଓ ଯତ୍ନଶୀଳ ମୁମ୍ବାଇର ଚିନ୍ତାଧାରାକୁ  ନେଇ ଏକ ସଂସ୍ଥାଗତ ପ୍ରଣାଳୀର ଗଠନ କରିବୁ, ଯାହା ଧାରାଭୀ ରୂପାନ୍ତରଣର ଯାତ୍ରାରେ ସମାନ ଅଂଶୀଦାର ହେବ । ନୂଆମ ଧାରାଭୀ ପୂରାତନ ଧାରାଭୀର ଶାସ୍ୱତ ଆତ୍ମାକୁ ଧରି ରଖି ମୁମ୍ବାଇର ସର୍ବୋକୃଷ୍ଟ ଚରିତ୍ର ଯଥା, ଭାବନା, ଧୈର୍ଯ୍ୟ, ବିବିଧତାରେ ଏକତା, ବର୍ଣ୍ଣ ଏବଂ ଦୃଢ ସଂକଳ୍ପକୁ ପ୍ରତିଫଳିତ କରିବ ।

ଏକ ବିଂଶ ଶତାଦ୍ଦୀ ଭାରତର ହେବାକୁ ଯାଉଥିବାରୁ ଆମେ ଏଭଳି ଏକ ଅତ୍ୟାଧୁନିକ ଓ ବିଶ୍ୱସ୍ତରୀୟ ସହରର ନିର୍ମାଣ କରିବା, ଯାହା ବୈଶ୍ୱିକ ମଂଚରେ ଏକ ନୂତନ ସ୍ଥାନ ହାସଲ କରୁଥିବା ଏକ ପୁର୍ନଜୀବିତ, ଆତ୍ମବିଶ୍ୱାସୀ ଏବଂ ଅଗ୍ରଣୀ ଭାରତର ପ୍ରତିଫଳନ କରିବ ।

ଧାରାଭୀର ଯୋଗ୍ୟ ବାସିନ୍ଦାଙ୍କୁସେମାନଙ୍କ ନୂତନ ଗୃହରେ ପ୍ରବେଶ କରାଇବା ମୋର ଏକ ବ୍ୟକ୍ତିଗତ ପ୍ରତିବଦ୍ଧତା । ସେମାନେ ନିଜ ଘର ନିର୍ମାଣ ହେଉଥିବା ନିଜ ଆଖିରେ ଦେଖିବା ସହିତ ଏହି ରୂପରେଖ ଉପରେ ନିଜର ମତ ମଧ୍ୟ ରଖିପାରିବେ । ସେମାନଙ୍କ ଘରେ ଏବେ ଯେଉଁ ସୁବିଧା ଗୁଡ଼ିକ ନାହିଁ, ଯଥା ଗ୍ୟାସ, ଜଳ, ବିଦ୍ୟୁତ୍‌ସେବା, ସ୍ୱଚ୍ଛତା, ଡ୍ରେନ୍‌ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ମନୋରଞ୍ଜନ ସୁବିଧା ଏବଂ ଖାଲି ସ୍ଥାନ ସହିତ ସେମାନଙ୍କୁ ବିଶ୍ୱସ୍ତରୀୟ ହସ୍ପିଟାଲ ଓ ବିଦ୍ୟାଳୟର ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ଏହା ସହିତ ଦୀର୍ଘଦୀନ ଧରି ରହିଆସିଥିବା ସ୍ୱଳ୍ପତାର ଦୁଃଖ ଅଦୃଶ୍ୟ ହୋଇଯିବ । ଏହା ସ୍ଥାନରେ ଏକ ନୂତନ ଧାରାଭୀ ପ୍ରତିଷ୍ଠାହେବ, ଯାହା ଗର୍ବର ସହିତ ଆଗକୁ ଅଗ୍ରସର ହେବ ।

ଏହା ବ୍ୟତୀତ ଜୀବନ ଜୀବିକାର ପୁର୍ନର୍ବାସ ଏକ ବଡ଼ ଆହ୍ୱାନ । ମୁଁ ବର୍ତ୍ତମାନ ସ୍ଥିିତିବାନ ଲଘୁ ଉଦ୍ୟୋଗ ଏବଂ କ୍ଷୁଦ୍ର ଉଦ୍ୟୋଗକୁ ସମର୍ଥନ  ଓ ସୁଦୃଢ କରିବାର ଉପାୟ ଏବଂ ସଂଶାଧନ ଉପରେ ଧ୍ୟାନ ରଖିବା ଏବଂ ଯୁବବର୍ଗ ଓ ମହିଳାଙ୍କ ଉପରେ ବିଶେଷ ରୂପେ ଧ୍ୟାନ ଦେବା ସହିତ ନୂତନ ଯୁଗର  ନିଯୁକ୍ତିକୁ ପ୍ରୋତ୍ସାହନ ଦେଇ ଧାରାଭୀକୁ ଏକ ଅତ୍ୟାଧୁନିକ ସହରରେ ରୂପାନ୍ତରିତ କରିବାକୁ ଆଶା ରଖିଛି । ଏହି ଲକ୍ଷ୍ୟକୁ ବିଭିନ୍ନ କ୍ଷେତ୍ରରେ ଥିବା ବିଶେଷଜ୍ଞ ଓ ନାଗରିକସମାଜର ସହାୟତାରେ ବହୁବିଧ ରଣନୀତି ପ୍ରସ୍ତୁତ ମାଧ୍ୟମରେ ହାସଲ କରାଯାଇ ପାରିବ । ଏହା ପାଇଁ ଦକ୍ଷତା ବିକାଶ, ଉତ୍ପାଦ-ଆଧାରିତ ଏବଂ ସେବା-ଆଧାରିତ ଉଦ୍ୟୋଗ ମଡେଲ ପାଇଁ ସମାନ ପ୍ରଶିକ୍ଷଣ କେନ୍ଦ୍ର ବ୍ୟବସ୍ଥା, ତଥ୍ୟ ଭିତ୍ତିକ କେନ୍ଦ୍ର, ଏମ୍‌ଏସ୍‌ଏମ୍‌ଇ ସହାୟତା କେନ୍ଦ୍ର ଇତ୍ୟାଦିର ଆବଶ୍ୟକତା ରହିଛି । ଡିଜିଟାଲ ବାଣିଜ୍ୟ ପାଇଁ ଓପନ୍‌ ନେଟୱର୍କକୁ ଦୃଷ୍ଟିରେ ରଖି ଏକ ବ୍ୟବସ୍ଥିତ ଏବଂ ସଂଗଠିତ ମାର୍କେଟ୍‌ କମ୍ଲେକ୍ସ ଏ ଦିଗରେ ଆଉ ଏକ ମହତ୍ୱପୂର୍ଣ୍ଣ ଉପାଦାନ ରୂପେ କାର୍ଯ୍ୟ କରିପାରିବ ।

ଧାରାଭୀ ରୂପାନ୍ତରଣର ପ୍ରୟାସ କିଛି ନୂଆ ନୁହେଁ, ଏହାର ପ୍ରାୟ ୫୦ ବର୍ଷର ଇତିହାସ ରହିଛି । ପୂର୍ବ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଏଥର ନିଲାମ ପ୍ରକ୍ରିୟାରେ କିଛି ଅଭିନବ ପରିବର୍ତ୍ତନ ନିଲାମ ପ୍ରକ୍ରିୟା ପାଇଁ କମ୍ପାନୀଙ୍କ ଅଂଶଗ୍ରହଣ ଏବଂଏହାର ସଫଳ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିଥିଲା । ଉଦାହରଣ ସ୍ୱରୂପ, ଏହି ନିଲାମ ପ୍ରକ୍ରିୟାରେ ଅଯୋଗ୍ୟ ନିବାସୀଙ୍କ ପୁର୍ନର୍ବାସ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହା ବ୍ୟତୀତ ଧାରାଭୀକୁ ଲାଗି ଥିବା ରେଳବାଇର ୪୫ ଏକର ଜମିକୁ ଏହି ପ୍ରକଳ୍ପ ପାଇଁ ଅନ୍ତର୍ଭୁକ୍ତ କରିବା ଯଥା ସ୍ଥାନରେ ପୁର୍ନର୍ବାସ ଓ ତତ୍କାଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ଦିଗରେ ସହାୟତା କରି ପାରିଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବିଭିନ୍ନ ରାଜ୍ୟ ସରକାର, ମହାରାଷ୍ଟ୍ରର ରାଜନୈତିକ ଦଳଙ୍କ ସହିତ ରେଳବାଇ ଜମି ଯୋଗାଇ ଦେଇଥିବା ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ନିରବିଛିନ୍ନ ସହାୟତା ଯୋଗୁଁ ଏହି ପ୍ରକଳ୍ପ ଆଗେଇ ପାରିଛି ।
ମୋ ଟିମ୍ ଓ ମୁଁ ନିଜେ ଅବଗତ ଅଛି ଯେ, ଉଭୟ ପରିମାପ ଓ କ୍ଷେତ୍ରଫଳ ଦୃଷ୍ଟିରୁ ଧାରାଭୀ ପ୍ରକଳ୍ପର ଡିଜାଇନ୍‌ ଏବଂ କାର୍ଯ୍ୟାନ୍ୱୟନ ଏକ ବିରାଟ ଆହ୍ୱାନ । ଆମେ ଜାଣିଛୁ ଯେ, ଏହି ପ୍ରକଳ୍ପ ଆମର ନମନୀୟତା, ଆମର କ୍ଷମତା ଏବଂ ଆମର କାର୍ଯ୍ୟାନ୍ୱୟନ ଦକ୍ଷତାର ସୀମାକୁ ପରୀକ୍ଷା କରିବ । ଗତ କିଛି ବର୍ଷ ମଧ୍ୟରେ ଅଦାନୀ ଗ୍ରୁପ୍ ଅତ୍ୟନ୍ତ ଉତ୍ସାହୀ, ଅଭିଜ୍ଞ ଏବଂକର୍ମ ତତ୍ପର ଟିମ୍ ଦ୍ୱାରା ସମର୍ଥିତ ଏକ ସମାଧାନ ପ୍ରଦାନକାରୀ ସଂସ୍କୃତି ବିକଶିତକ ରିଛି ।ମୋର ବିଶ୍ୱାସ ରହିଛି ଯେ, ସମସ୍ତ ହିତାଧିକାରୀ ମାନଙ୍କ ସହଯୋଗରେ ଆମେ ଇତିହାସ ସୃଷ୍ଟି କରିବା ସହିତ ଧାରାଭୀ, ମୁମ୍ବାଇ ଏବଂ ଭାରତକୁ ଗୌରବାନ୍ୱିତ କରିବୁ ।
ଆମ କାର୍ଯ୍ୟ ସରିବା ପରେ, ଯଦି ମାଇକ୍‌ଟାଇସନ୍‌ ଧାରାଭୀ ପରିଦର୍ଶନ କରିବେ, ସେ ପୂର୍ବରୁ ଦେଖିଥିବା ପୂରାତନ ଧାରାଭୀ ଆଉ ଦେଖିବାକୁ ପାଇବେ ନାହିଁ, କିନ୍ତୁ ମୁଁ ନିଶ୍ଚିତ ଯେ, ସେ ଧାରାଭୀର ଆତ୍ମାକୁ ପୂର୍ବଭଳି ଜୀବନ୍ତ ଓ ଉତ୍ସାହପୂର୍ଣ୍ଣ ପାଇବେ । ଯଦି ଭଗବାନ ଚାହାଁନ୍ତି, ତାହାଲେ ଡେନି ବୋଏଲିଙ୍କୁ ଜଣାପଡ଼ିଯିବ ଯେ, ଧାରାଭୀ ସ୍ଲମ୍‌ ଡଗ୍‌ ଉପସର୍ଗ ବି ନାମି ଲେନିୟାରଙ୍କୁ ସୃଷ୍ଟି କରିବାର କ୍ଷମତାରଖିଛି ।
ଲେଖକ: ଗୌତମ ଅଦାନୀ
ଅଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ
Leave A Reply

Your email address will not be published.