ଭୁବନେଶ୍ୱର: ଓଡିଶାର ୪ ଜଣ ଯୁବ ଖେଳାଳି ନ୍ୟାଶନାଲ କ୍ରିକେଟ ଏକାଡେମୀ ୧୬ ବର୍ଷରୁ କମ ଏଲିଟ କ୍ୟାମ୍ପ ୨୦୨୫ ପାଇଁ ଚୟନ ହୋଇଛନ୍ତି । ୨୦୨୪-୨୫ ବିଜୟ ମର୍ଚ୍ଚାଂଟ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ଚୟନ କରାଯାଇଛି ବୋଲି ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ କୁହାଯାଇଛି । ଏହି ୪ ଜଣ ଖେଳାଳି ହେଲେ ମହେଶ ସାହୁ, ପଙ୍କଳ ମୋକ୍ଷିତ, ସ୍ୱାଗତ ସୌରଭ ମିଶ୍ର ଓ ରାଜ ଯାଦବ ।
ମହେଶ ସାଲେମରେ ହେବାକୁ ଥିବା ଟିମ ଏ କ୍ୟାମ୍ପରେ ଯୋଗ ଦେବେ । ସେହିପରି ପଙ୍କଳ ଟିମ ବି ଜୟପୁରରେ ଏବଂ ସ୍ୱାଗତ ଓ ରାଜ ଟିମ ଡିର ହେବାକୁ ଥିବା ପୁଣେ କ୍ୟାମ୍ପରେ ଯୋଗ ଦେବେ । ଏପ୍ରିଲ ୧୮ରୁ ମେ ୧୪ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ । ଏହି ପ୍ରଶିକ୍ଷଣ ମାଧ୍ୟମରେ ଖେଳାଳିମାନେ ଆନ୍ତର୍ଜାତୀୟସ୍ତରର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ।
Comments are closed.