Latest Odisha News

BREAKING NEWS

ବାତ୍ୟା ପରବର୍ତ୍ତୀ ଉଦ୍ଧାର ପାଇଁ ବାଲେଶ୍ୱରରେ ପହଞ୍ଚିଲେଣି ବିଭିନ୍ନ ଜିଲ୍ଲାରୁ ଓଡ୍ରାଫ୍ ଟିମ୍

ବାଲେଶ୍ୱର: ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ଥଇଥାନକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଜିରୋ କାଜୁଆଲିଟିକୁ ଫୋକସ କରି ମୁକାବିଲା ପ୍ରସ୍ତୁତି ଚାଲିଛି । ବାତ୍ୟାରେ ବାଲେଶ୍ୱର ଜିଲ୍ଲା ବେଶୀ ପ୍ରଭାବିତ ହେବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ନିୟୋଜିତ ହୋଇଛନ୍ତି ଓଡ୍ରାଫର ୧୨ଟି ଟିମ୍ । ବାଲେଶ୍ୱର ଜିଲ୍ଲାର ୩୦ ଜଣିଆ ଟିମ୍ ସହ ଦେବଗଡ଼ରୁ ୪୦ ଜଣିଆ ଟିମ୍, ବୌଦ୍ଧରୁ ୩୩ଜଣିଆ ଟିମ୍ ଓ ଝାରସୁଗୁଡ଼ା ଜିଲ୍ଲାରୁ ୨୮ ଜଣିଆ ଟିମ୍ ପହଞ୍ଚି ସଜାଗ ଅଛନ୍ତି ।

ଉଦ୍ଧାର ଓ ଥଇଥାନ କାମ ପାଇଁ ଆବଶ୍ୟକ ଅତ୍ୟାଧୁନିକ ଯନ୍ତ୍ରପାତି ଓ ସରଞ୍ଜାମ ସହ ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ବିଭିନ୍ନ ସ୍ଥାନରେ ମୁତୟନ ରହିବେ । ନିର୍ଦ୍ଦେଶ ଅନୁସାରେ ଆଜି କିମ୍ବା ଆସନ୍ତାକାଲି ସେମାନେ ଗ୍ରାଉଣ୍ଡକୁ ଯିବେ । ସେହିପରି ବାଲେଶ୍ୱର ଜିଲ୍ଲାରେ ଏନଡିଆରଏଫର ୭ଟି ଟିମ୍ ବି ପହଞ୍ଚି ସାରିଛି ।

Leave A Reply

Your email address will not be published.