Latest Odisha News

BREAKING NEWS

କରୋନା ବ୍ୟାପିବା ପୂର୍ବରୁ ଉହାନ ଲ୍ୟାବର ଗବେଷକ ସଂକ୍ରମିତ ହୋଇଥିଲେ: ରିପୋର୍ଟ

ୱାଶିଂଟନ: କରୋନା ମହାମାରୀ ସାରା ବିଶ୍ୱରେ ବ୍ୟାପିବା ପୂର୍ବରୁ ଉହାନ ଲ୍ୟାବର କେତେକ ପ୍ରଫେସର ଏଥିରେ ସଂକ୍ରମିତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ଆମେରିକାର ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ଏକ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ୨୦୧୯ ନଭେମ୍ବରରେ ଚୀନର ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲିଜେର କାର୍ଯ୍ୟ କରୁଥିବା କେତେକ ଗବେଷକ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିଲେ ।

ଏହାର ଠିକ ଏକ ମାସ ପରେ ଡିସେମ୍ବର ୮ରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବା ଚୀନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଜଣାଇଥିଲେ । ଧିରେ ଧିରେ ଏହା ସାରା ବିଶ୍ୱକୁ ବ୍ୟାପିଥିଲା ।

Leave A Reply

Your email address will not be published.