Latest Odisha News

ଜିଏ ବିଭାଗକୁ ଫେରିଲେ ସିଏମଓରେ କାର୍ଯ୍ୟରତ ୪ ଅଫିସର

ଭୁବନେଶ୍ଵର: ଜିଏ ବିଭାଗକୁ ଫେରିଲେ ସିଏମଓରେ କାର୍ଯ୍ୟରତ ୪ ଅଫିସର । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ସିଏମଓରେ କାର୍ଯ୍ୟରତ ଥିଲେ ଏହି ୪ ଜଣ । ଏହି ୪ ଜଣ ହେଉଛନ୍ତି ଲାଲା ମନୋଜ କୁମାର ରାୟ, ରବୀନ୍ଦ୍ର କୁମାର ସେଠୀ, ଶୁଭ୍ରାଂଶୁ ମିଶ୍ର ଏବଂ ମନୋଜ କୁମାର ସ୍ବାଇଁ ।

୨୦୨୪ ଲୋକସଭା ନିର୍ବାଚନରେ ବଜେଡିକୁ ପରାସ୍ତ କରି ବାଜିମାତ୍ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ଭାବେ ଓଡିଶାରେ ସରକାର ଗଢିଛନ୍ତି ମୋହନ ମାଝୀ । ସରକାରକୁ ଆସିବା ପରେ ପୂର୍ବତନ ସରକାର ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଳୟରେ ତଥା ସିଏମଓରେ ଥିବା ସମସ୍ତ ଅଫିସର ମାନଙ୍କୁ ନିଜ କାର୍ଯ୍ୟରୁ ବିଦା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତ କିଛି ଦିନ ତଳେ ସିଏମଓରୁ ୨୨ ଅଧିକାରୀଙ୍କୁ ହଟାଇଥିଲେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.