Latest Odisha News

BREAKING NEWS

‘ଆଟ୍ ରିସ୍କ କଣ୍ଟ୍ରି’ରୁ ଓଡ଼ିଶା ଆସିଥିବା ୪ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କେହି ଓମିକ୍ରନ୍ ସଂକ୍ରମିତ ହୋଇ ନାହାନ୍ତି । କିନ୍ତୁ ‘ଆଟ ରିସ୍କ କଣ୍ଟ୍ରି’ରୁ ଓଡ଼ିଶା ଫେରିଥିବା ୪ ଜଣଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ସେମାନଙ୍କୁ ସାମ୍ପୁଲ୍ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ସେ କହିଛନ୍ତି ଗତକାଲି ସୁଦ୍ଧା ରାଜ୍ୟକୁ ‘ଆଟ ରିସ୍କ କଣ୍ଟ୍ରି’ ରୁ ୯୮୨ ଜଣ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ ବିଦେଶ ଫେରାନ୍ତଙ୍କୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ । ସେମାନେ ଫେରାର ନାହାନ୍ତି । କିଛି ଲୋକ ଫୋନ ଉଠାଉ ନାହାନ୍ତି ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସ୍ୱାସ୍ଥ୍ୟକର୍ମୀ ମାନେ ଗାଁ ଗାଁ ବୁଲି ସେମାନଙ୍କୁ ଟ୍ରେସ କରିବା କାମରେ ଲାଗିଛନ୍ତି । ଯଦି ତୃତୀୟ ଲହର ଆସେ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ପ୍ରଥମ ଓ ଦ୍ୱିତୀୟ ଲହରରୁ ରାଜ୍ୟ ଅନେକ ଶିକ୍ଷା ପାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.