Latest Odisha News

BREAKING NEWS

ବ୍ୟାଗ ଭିତରୁ ନବଜାତର ମୃତଦେହ ଉଦ୍ଧାର

ପୁରୀ: ବେଳାଭୂମି ନିକଟରେ ଅଭାବନୀୟ ଦୃଶ୍ୟ । ବ୍ୟାଗ ଭିତରୁ ନବଜାତର ମୃତଦେହ ଉଦ୍ଧାର । ପୁରୀ ଚକ୍ରତୀର୍ଥ ରୋଡ ହୋଟେଲ ହଲିଡେ ରିସର୍ଟ ପଛ ପାଖ ଏକ ଭଙ୍ଗା ଘରୁ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ବ୍ୟାଗ ଭିତରେ ନବଜାତର ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ ।

ମିଳିଥିବା ସୂଚନା ଅନୁସାରେ, ଜଣେ ବ୍ୟକ୍ତି ଏହି ମୃତ ଶିଶୁକୁ ପୋତିବା ପାଇଁ ସମୁଦ୍ର କୂଳ ଆଣିଥିଲେ । କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଭୟରେ ସଂପୃକ୍ତ ବ୍ୟକ୍ତି ମୃତ ଶିଶୁକୁ ସେଠାରେ ଛାଡି ଚମ୍ପଟ ମାରିଥିବା ଜଣାପଡିଛି । ଅଧିକ ଖୋଳତାଡ କରୁଛି ପୋଲିସ ।

Leave A Reply

Your email address will not be published.