Latest Odisha News

BREAKING NEWS

ବରଗଡ଼ରେ ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ଘଟଣାରେ ୪ ଜଣଙ୍କୁ କାର୍ଯ୍ୟାନ୍ତର

ବରଗଡ଼ : ବରଗଡ଼ ଟାଉନ୍‌ ଥାନାରେ ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ପୋଲିସ ହେପାଜତରେ ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହେବା ପରେ ୪ ଜଣଙ୍କୁ କାର୍ଯ୍ୟାନ୍ତର କରାଯାଇଛି । କାର୍ଯ୍ୟାନ୍ତର ହୋଇଥିବା ୪ ପୋଲିସ କର୍ଚାରୀ ହେଲେ, ଏସଆଇ ମଙ୍ଗଳ କିସକୋ, ଏଏସଆଇ ପୀତାମ୍ବର ବେହେରା, ଏଏସଆଇ କ୍ଷୀରୋଦ୍ର ବିଶ୍ବାଳ ଓ ଜଣେ ହୋମଗାର୍ଡ । ଏନେଇ ସୂଚନା ଦେଇଛନ୍ତି ବରଗଡ଼ ଏସପି । ଅନ୍ୟପଟେ ଏହି ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ବି ମୃତକ ଗୋବିନ୍ଦଙ୍କ ଶବଦାହ ହୋଇନାହିଁ । ତେବେ ଏହି ଘଟଣାର ବିଚାର ବିଭାଗୀୟ ଓ ଏଚ୍‌ଆର୍‌ପିସି ତଦନ୍ତ ହେବ ବୋଲି କହିଛନ୍ତି ବରଗଡ଼ ଏସପି ।

ଏକ ମାମଲାରେ ବରଗଡ଼ ଟାଉନ ଥାନା ପୋଲିସ ଗୋବିନ୍ଦ କୁମ୍ଭାରଙ୍କୁ ଶୁକ୍ରବାର ରାତିରେ ଉଠାଇ ନେଇଥିଲା । ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ପୋଲିସ ମାଡରେ ଗୋବିନ୍ଦଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ଏହି ଖବର ଜଣାପଡିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭଙ୍ଗାରୁଜା କରିଥିଲେ । ଫଳରେ ପୋଲିସ ଓ ଉତ୍ତ୍ୟକ୍ତ ଲୋକେ ମୁହାଁମୁହିଁ ହୋଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଲାଠିଚାର୍ଜ କରିଥିଲା ପୋଲିସ ।

Leave A Reply

Your email address will not be published.