ଭୁବନେଶ୍ୱର: ୪ ଡକାୟତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଲୁଟ୍ କରିବା ନେଇ ଉଦ୍ଦେଶ୍ୟ ରଖିଥିଲେ ହେଲେ ପୁୁଲିସ ଆଗୁଆ ସୂଚନା ପାଇ ଚଢାଉ କରି ଏହି ୪ ଡକାୟତଙ୍କୁ ଗିରଫ କରିଛି। ରାଜଧାନୀ ଉପକଣ୍ଠସ୍ଥିତ ଆଇଗଣିଆ ମସାଣି ପଡିଆରେ ଡକାୟତ୍ତି ଯୋଜନା କରୁଥିବା ବେଳେ ଖଣ୍ଡଗିରି ଥାନା ପୋଲିସ ଅତର୍କିତ ଭାବେ ଚଢାଉ କରି ଗିରଫ କରିଛି।
ମିିଳିଥିବା ସୂଚନା ଅନୁଯାୟୀ ଦିନରେ ଖଣ୍ଡଗିରି ଅଞ୍ଚଳରେ ବୁଲି ଏହି ୪ ଡକାୟତ ରେକି କରନ୍ତି ପରେ ରାତିରେ ଡକାୟତ୍ତି କରିବା ପାଇଁ ଯୋଜନା କରୁଥିଲେ। ଅଭିଯୁକ୍ତଙ୍କ ନାଁ ରେ କମିସନରେଟ ପୋଲିସର ବିଭନ୍ନ ଥାନାରେ ଏକାଧିକ ମାମଲା ରହିଛି। ପୋଲିସ ଚଢାଉ କରି ଡକାୟତଙ୍କ ନିକଟରୁ କଟୁରୀ, ଲଙ୍କାଗୁଣ୍ଡ, ଲୁହା ରଡ଼ ଓ ଗୋଟିଏ ମଟର ସାଇକେଲ ଜବତ କରିଛି। ଜବତ ହୋଇଥିବା ବଜାଜ ପଲସରର ନମ୍ବର ଓଡି-୩୩-ଏଫ-୯୭୮୭ ରହିଛି।
ଗିରଫ ଅଭିଯୁକ୍ତ ହେଲେ ଚିଙ୍ଗୁଡି ଓରଫ ଲିଙ୍ଗରାଜ ଡାଲୀ (୨୪), ବିଦେଶୀ ଦଳେଇ (୨୫), ସୋନୁ ଓରଫ ଦେବଶିଶ ପୂଜାପଣ୍ଡା (୨୨), ବିଜ୍ଞାନ ରଂଜନ ଦାସ (୨୩)। ଏମାନେ ଆଇଗଣିଆ ମଶାଣିରେ ଏକାଠି ହୋଇ ଡକାୟତି କରିବାକୁ ଯୋଜନା କରୁଥିଲେ। ଗିରଫ ଚାରି ଅଭିଯୁକ୍ତ ଭୁବନେଶ୍ବରର ବାସିନ୍ଦା ବୋଲି ପରିଚୟ ପତ୍ରରୁ ଜଣାପଡିଛି।
Comments are closed.