Latest Odisha News

BREAKING NEWS

ମୁହଁ ଖୋଲିଲେ କାଂଚନ ଜରିୱାଲା: ଚାପରେ ନୁହେଁ , ସ୍ୱେଚ୍ଛାକୃତ ଭାବେ ନିଷ୍ପତି ନେଇଛି

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ଯେତେ ପାଖଉଛି ସେତେ ରାଜନୈତିକ ନାଟକ ଦେଖିବାକୁ ମିଳୁଛି । ବୁଧବାର ଆପର ସୁରଟ ପ୍ରାର୍ଥୀ କାଂଚନ ଜରିୱାଲା ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ । ଆପ ନେତାମାନେ ଏ ନେଇ ବିଜେପି ଉପରେ ଅପହରଣ ଏବଂ ଧମକ ଅଭିଯୋଗ ଆଣିଥିଲେ । ତେବେ କାଂଚନ ମୁହଁ ଖୋଲିବା ପରେ ଆପ ବ୍ୟାକଫୁଟକୁ ଆସିଛି । ବ୍ୟକ୍ତିଗତ କାରଣରୁ ମୁଁ ଏହି ନିଷ୍ପତି ନେଇଛି । ମୋ ଉପରେ କେହି ଚାପ ପକାଇ ନାହାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଦେଶ ଏବଂ ଗୁଜରାଟ ବିରୋଧୀଙ୍କ କିପରି ପ୍ରାର୍ଥୀ ହେଲି ?

BjdElectrycity

ମୋ ମନ ଏବଂ ବିବେକ ବାଧା ସୃଷ୍ଟି କଲେ । ଶେଷରେ ନାମାଙ୍କନ ପ୍ରତ୍ୟାହାର କଲି । ଆଗକୁ ଆପରେ ରହିବି କି ନାହିଁ ତାହା ସ୍ପଷ୍ଟ କରିବି । ପ୍ରକୃତରେ କାହା ପ୍ରତି ମୋତେ ବିପଦ ଥିଲା ତାହା ମଧ୍ୟ କହିବି ବୋଲି ସେ କହିଛନ୍ତି । ଏହି ଘଟଣା ନେଇ ମନୀଷ ସିସୋଡିଆ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦେଇଥିଲେ । କାଂଚନଙ୍କ ବୟାନ ପରେ ଆପକୁ ଶକ୍ତ ଧକ୍କା ଲାଗିଛି ।

Leave A Reply

Your email address will not be published.