ତେଲ ଆଭିଭ : ବେଞ୍ଜାମିନ ନେତାନ୍ୟାହୁ ଇସ୍ରାଏଲ ନିର୍ବାଚନରେ ଜିତିବାର କିଛି ସମୟ ପରେ ଗାଜାରୁ ଇସ୍ରାଏଲ ସୀମା ମଧ୍ୟକୁ ରକେଟ ମାଡ଼ କରାଯାଇଛି । ସେଥିମଧ୍ୟରୁ ଗୋଟିଏ ଆଇରନ୍ ଡୋମ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ନଷ୍ଟ କରିଦିଆଯାଇଥିବା ସେନା ପକ୍ଷରୁ କୁହାଯାଇଛି । ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ କହିଛି ରାତି 9 ଟା ପରେ ଗାଜାରୁ ଏହି ରକେଟ ମାଡ଼ କରାଯାଇଥିଲା ।
4 rockets fired from Gaza after Netanyahu wins Israel election
Read @ANI Story | https://t.co/EjAClEpJu7#rocketsfired #Gaza #BenjaminNetanyahu #Netanyahu #Israel #IsraelElections pic.twitter.com/7n23qzCHky
— ANI Digital (@ani_digital) November 3, 2022
ରକେଟ୍ ଆସୁଥିବା ନେଇ ସାଇରନ୍ ବାଜିବା ପରେ ସୀମା ନିକଟ ଲୋକେ ଭୟଭୀତ ହୋଇଥିଲେ । ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇଥିବା ଜଣାପଡିନାହିଁ । ନେତାନ୍ୟାହୁ ତାଙ୍କ ଶାସନ କାଳ ମଧ୍ୟରେ ଗାଜାରେ ଥିବା ଆତଙ୍କୀ ଆଡ଼ାକୁ ଧ୍ବଂସ କରିଦେଇଥିଲେ । ଗାଜାରେ ଥିବା ଆତଙ୍କବାଦୀମାନେ ଇସ୍ରାଏଲରେ ବହୁମତ ସରକାର ହେଉ ତାହା କେବେ ଚାହାଁନ୍ତି ନାହିଁ ।
ଇସ୍ରାଏଲର ସଂସଦରେ ନେତାନ୍ୟାହୁ ଏବଂ ତାଙ୍କର ସହଯୋଗୀମାନେ ପର୍ଯ୍ୟାପ୍ତ ଆସନ ଜିତିବା ପରେ ଏହା ଘଟିଛି। ଫଳାଫଳ କୁ ନେଇ ଗାଜା ଭୟଭୀତ ହୋଇଛି । ଗୋଟେ ପଟେ ନେତାନ୍ୟାହୁଙ୍କ ସମର୍ଥକ ବିଜୟ ସମାବେଶ କରୁଥିବା ବେଳେ ଗାଜାରେ କିନ୍ତୁ ନେତାନ୍ୟାହୁଙ୍କୁ ବିରୋଧ କରାଯାଉଛି ।
Comments are closed.