Latest Odisha News

ଶ୍ରେୟସ ଆୟରଙ୍କ ଜବରଦସ୍ତ ବ୍ୟାଟିଂ, ମୁମ୍ବାଇ ପହଁଚିଲା ଫାଇନାଲରେ

କୋଲକତା: ଘରୋଇ ଟି -20 ଟୁର୍ନାମେଣ୍ଟ ସୟଦ ମୁସ୍ତାକ ଅଲି ଟ୍ରଫିରେ ଧୂଆଁଦାର ବ୍ୟାଟିଂ କରିଛନ୍ତି ଶ୍ରେୟସ ଆୟର । ଯାହା ଫଳରେ ମୁମ୍ବାଇ ଫାଇନାଲରେ ପହଁଚିପାରିଛି । ସେମିଫାଇନାଲରେ ମୁମ୍ବାଇ ବିଦର୍ଭକୁ ହରାଇଛି ।  ସେମିଫାଇନାଲ ମ୍ୟାଚ୍ ଗୁରୁବାର ଖେଳାଯାଇଥିଲା। ବିଦର୍ଭ ଏବଂ ମୁମ୍ବାଇ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲରେ ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ହଇଚଇ ସୃଷ୍ଟି କରିଥିଲେ।

ଟି -20 ବିଶ୍ୱକପରୁ ଅନୁମତି ଆଣି ଘରୋଇ ମ୍ୟାଚ ଖେଳୁଥିବା  ଶ୍ରେୟାସ ଆୟର 44 ବଲରେ 73 ରନ୍ ସଂଗ୍ରହ କରିଥିଲେ। ଚୈାକା ଓ ଛଅ ବର୍ଷା କରିଥିଲେ ଆୟର । ସେ 7 ଟି ଚୈାକା ଓ  4ଟି  ଛକା ମାରିଥିଲେ। 165.91 ଷ୍ଟ୍ରାଇକ୍ ହାରରେ ଶ୍ରେୟାସଙ୍କ ଧୂଆଁଧାର  ଇନିଂସ ଖେଳିବା ପରେ ମୁମ୍ବାଇ ସହଜ ବିଜୟ ହାସଲ କରିଛି ।

Leave A Reply

Your email address will not be published.