ଭୁବନେଶ୍ୱର: ଗଂଜାମ ଜିଲ୍ଲାରେ ୧୧ କେଭି ତାର ଲାଗି ୧୦ଜଣ ମୃତ୍ୟୁ ଘଟଣାର ଦିନକ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ୪ଜଣ ଇଂଜିନିୟରଙ୍କୁ ସସ୍ପେଣ୍ଡ କରାଯାଇଛି । ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନର ଜେଇ, ସହକାରୀ ଯନ୍ତ୍ରୀ, ସାଉଥକୋ ଜେଇ ଦେବାଶିଷ ନାୟକ ଓ ଏସ୍ଡିଓ ବିଶ୍ୱ ରଂଜନ ମହାପାତ୍ରଙ୍କୁ ନିଲମ୍ବିତ କରାଯାଇଛି । ଏନେଇ ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।
ଏହି ଘଟଣାକୁ ନେଇ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହି ବୈଠକରେ ହିଁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥିସହ ଏଣିକି କୌଣସି ସ୍ଥାନରେ ରାସ୍ତା ନିର୍ମାଣ କାମ ଆରମ୍ଭ କରିବା ପୂର୍ବରୁ ଶକ୍ତି ବାଭାଗର ଅନୁମତି ନେବା ଜରୁରୀ ବୋଲି ବୈଠକରେ କୁହାଯାଇଛି । ପିଡବ୍ଲୁଡି, ଏନ୍ଏଚ୍ ଓ ଆର୍ଡି ବିଭାଗ ଶକ୍ତି ବିଭାଗ ଠାରୁ ଅନୁମତି ପାଇବା ପରେ ରାସ୍ତା ନିର୍ମାଣ କରପାରିବେ । ଏହାଛଡା ବିପଦ ସଙ୍କୁଳ ଭାବେ ତାର ଓହଳିଥିବା ସ୍ଥାନଗୁଡିକର ଚିହ୍ନଟ କରାଯାଇ, ତାର ମ୍ୟାପିଂ କରାଯିବ । ସେହିପରି ନିରାପତା ପାଇଁ କର୍ମଶାଳା ସହ ଜନସଚେତନତା କାମ ହାତକୁ ନିଆଯିବ । ରାଜ୍ୟର ସମସ୍ତ ଲାଇନମ୍ୟାନ୍ ମାନଙ୍କୁ ମଧ୍ୟ ତାଲିମ ଦିଆଯିବ ବୋଲି ବୈଠକରେ ଶାକ୍ତି ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି । ଏହି ବୈଠକରେ ପରିବହନ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
BREAKING NEWS
- ରଣଜୀ ଟ୍ରଫି: ମୁମ୍ବାଇ ଦଳକୁ ଫେରିବେ ସୂର୍ୟ୍ୟକୁମାର ; ଆହତ କାରଣରୁ ଶାର୍ଦ୍ଦୁଳ ଠାକୁର ବାଦ୍
- ‘ଅପ୍ଟୋଜେନେଟିକ୍ସ’ ଆବିଷ୍କାର ପାଇଁ ମେଡିସିନ୍ କ୍ଷେତ୍ରରେ ୩ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର
- ରାଜ୍ୟସଭା ନିର୍ବାଚନ: ଉତ୍ତର ପ୍ରଦେଶରୁ ହରଦୀପ ସିଂହ ପୁରୀ ଓ ବିଏଲ ବର୍ମାଙ୍କ ସହ ୮ ଜଣଙ୍କୁ ବାଦ୍ ଦେଲା ବିଜେପି
- Imran Khan’s release protest:ଇମ୍ରାନଙ୍କ ମୁକ୍ତି ଦାବିରେ ବିକ୍ଷୋଭ ତୀବ୍ର; ଇସଲାମାବାଦରେ ଧାରା ୧୪୪ ଲାଗୁ, ୨,୦୦୦ କର୍ମୀ ଗିରଫ
- ଲାଞ୍ଚ ନେଇ ଫସିଲେ ଆରଆଇ, ପ୍ରମାଣପତ୍ର ପାଇଁ ୫ ହଜାର…
- ଜିରା ପାଉଡର ନା କୀଟନାଶକ; ଏଭରେଷ୍ଟର ଏହି ଉତ୍ପାଦ ଉପରେ ରୋକ୍ ଲଗାଇଲା FSSAI
- ନାଇଡୁ କମିଶନ ଫାଇଲ୍ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ
- CECଙ୍କୁ ହଟାଇବା ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ
- ଋଷରେ ପ୍ଲେଗ୍ ଆତଙ୍କ; କ୍ବାରେଣ୍ଟାଇନରେ ରହିଲେ ଶତାଧିକ ବ୍ୟକ୍ତି
- ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ; ୧୫ରେ ଛାତ୍ର ସଂସଦ ନିର୍ବାଚନ

Comments are closed.