Latest Odisha News

BREAKING NEWS

ଧରାପଡ଼ିଲା ବଙ୍ଗୀୟ ମହିଳାଙ୍କ ଗଞ୍ଜେଇ ବେପାର; ୧୦୫ କ୍ୱିଣ୍ଟାଲ୍ ନିଶାଦ୍ରବ୍ୟ ଜବତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ପକ୍ଷରୁ ଧରପଗଡ଼ ହୋଇ ପ୍ରାୟ ୧୦୫ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି । ଏହି ନିଶା ଚୋରା ଚାଲାଣ କାରବାରରେ ଅନେକ ବଙ୍ଗୀୟ ମହିଳା ସଂପୃକ୍ତ ରହିଥିବାର ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ, ପଶ୍ଚିମବଙ୍ଗର ଏକ ମହିଳା ବ୍ୟବସାୟୀ ଗ୍ରୁପ ଦ୍ୱାରା ଏହି ଗଞ୍ଜେଇ ଚୋରା ଚାଲାଣ କାରବାର ହୋଇ ଆସୁଥିଲା । ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ଏହି ଗ୍ରୁପକୁ ଧରିବାକୁ ଅନେକ ଦିନରୁ ପ୍ରଚେଷ୍ଟା କରି ଆସୁଥିଲେ ଏବଂ ଆଜି ଏହି ବଡ଼ ସଫଳତା ମିଳିପାରିଛି ।

ଏହି ଗଞ୍ଜେଇ ଚୋରା ଚାଲାଣ କାରବାରରେ ସଂପୃକ୍ତ ୩ଜଣ ବଙ୍ଗୀୟ ମହିଳାଙ୍କୁ ଅବକାରୀ ବିଭାଗର ଗୁଇନ୍ଦା ଗିରଫ କରିବା ସହିତ ସେମାନଙ୍କଠାରୁ ପ୍ରାୟ ୧୦୫ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରିଛି ।

Leave A Reply

Your email address will not be published.