Latest Odisha News

୪ ତାମିଲନାଡୁ ଲୁଟେରାଙ୍କୁ ଧରିଲା କମିଶନରେଟ୍ ପୋଲିସ

ଭୁବନେଶ୍ବର: ଧରାପଡ଼ିଲା କାର୍‌ ଲୁଟେରା ଗ୍ୟାଙ୍ଗ। ତାମିଲନାଡ଼ୁର ୪ ଲୁଟେରାଙ୍କୁ ଧରିଲା କମିଶନରେଟ୍ ପୋଲିସ। ଗିରଫଙ୍କ ଠାରୁ ୪ଟି ଲାପଟପ୍ ଓ ୨୫ଟି ମୋବାଇଲ୍ ଜବତ କରିଛି ପୋଲିସ। କାର କାଚ ଭାଙ୍ଗି ଲାପଟପ୍, ମୋବାଇଲ୍ ଆଦି ଲୁଟ୍ କରୁଥିଲ ଏହି ଗ୍ୟାଙ୍ଗ। ବିଭିନ୍ନ ମାର୍କେଟ ଅଞ୍ଚଳରୁ ପକେଟ୍ ମାର ମଧ୍ୟ କରୁଥିଲେ ଏହି ଲୁଟେରା।

ସୂଚନା ଅନୁସାରେ, ଏହି ଲୁଟେରାମାନେ ତାମିଲନାଡୁର ହୋଇଥିବା ସୂଚନା ମିଳିଛି। ଏମାନଙ୍କ ଗ୍ୟାଙ୍ଗର ନାଁ ହେଉଛି ତୀରଛି ଗ୍ୟାଙ୍ଗ୍‌ । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଗଳିକନ୍ଦିରେ ଥିବା କାର ଗୁଡ଼ିକୁ ଟାର୍ଗେଟ କରିବା ସହ ବିଭିନ୍ନ ସ୍ଥାନରୁ ଲାପଟପ୍‌ ଓ ମୋବାଇଲ୍‌ ଆଦି ଲୁଟ୍‌ କରୁଥିଲେ ଏହି ଲୁଟେରା ମାନେ । ତେବେ ଏହି ୪ ଅଭିଯୁକ୍ତ ମାନେ ମୋ ବସ୍‌, ମାର୍କେଟ୍‌ ଅଞ୍ଚଳରେ ହେଉଥିବା ଲୁଟରେ ମଧ୍ୟ ସମ୍ପୃକ୍ତ ରହିଥିବା କମିସନରେଟ ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ୪ଟି ଲାପଟପ୍ ଓ ୨୫ଟି ମୋବାଇଲ୍ ଜବତ କରିଛି ପୋଲିସ୍ ।

Comments are closed.