Latest Odisha News

BREAKING NEWS

୪ ପ୍ରାଥମିକ ଶିକ୍ଷକ ପଢ଼ାଉଛନ୍ତି ହାଇସ୍କୁଲ ପାଠ, ଛାତ୍ରଛାତ୍ରୀ ପରୀକ୍ଷା ଦେବେ କେମିତି ?

ନୂଆପଡ଼ା : ଚାରିଜଣ ଶିକ୍ଷକରେ ଚାଲୁଛି ହାଇସ୍କୁଲ । ଶିକ୍ଷକ ଅଭାବରୁ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ ।  ଶିକ୍ଷାର ବିକାଶ ପାଇଁ ସରକାର ୫ଟି ସ୍କୁଲରେ ଅନ୍ତର୍ଭୁକ୍ତ କରିଥିଲେ ମଧ୍ୟ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ  । ଏହି ଦୃଶ୍ୟ ହେଉଛି ନୂଆପଡ଼ା ଜିଲ୍ଲା ଗୋଡଧୁଆପଦର ଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ  । ପୂର୍ବରୁ ଏହି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ନବମ ଶ୍ରେଣୀ ଆରମ୍ଭ ହୋଇଥିଲା।

ଗତ ଅଗଷ୍ଟ ମାସରେ ଛାତ୍ରଛାତ୍ରୀଙ୍କ ଅନ ଲାଇନ ଆଡମିଶନ କରାଯାଇଥିଲା ଓ ପରେ ନବମ ଶ୍ରେଣୀରେ ଭର୍ତ୍ତି କରାଯାଇଥିଲା। ଆଶା ଥିଲା ଗାଁ ରେ ଛାତ୍ରଛାତ୍ରୀ ଭଲ ପାଠ ପଢିବେ । ହାଇସ୍କୁଲ ପାଇଁ ଶିକ୍ଷକ ନଥିବାରୁ ଆଜକୁ ତିନି ମାସ ହେବ ପାଠ ପଢା ବନ୍ଦ ରହିଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮୯ ଜଣ ଓ ନବମ ଶ୍ରେଣୀରେ ୧୭ ଜଣ ଛାତ୍ରଛାତ୍ରୀ ଅଛନ୍ତି। କିନ୍ତୁ ନଅ ଗୋଟି ଶ୍ରେଣୀ ପାଇଁ କେବଳ ଚାରି ଶିକ୍ଷକ ଥିବା ବେଳେ ତାହା ପୁଣି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ । ହାଇସ୍କୁଲ କୋର୍ସ ପଢ଼ାଇବା ପାଇଁ ସକ୍ଷମ ନୁହଁନ୍ତି।

ଏନେଇ ସାହିତ୍ୟ, ଭୂଗୋଳ ଓ ଇତିହାସ କିଛି ମାତ୍ରାରେ ପଢ଼ାଇ ପାରନ୍ତି ବୋଲି କହିବା ସହ ସେମାନେ ଗଣିତ, ବିଜ୍ଞାନ ଓ ଇଂରାଜୀ ଶିକ୍ଷକ ନିଯୁକ୍ତି ଦେବାକୁ ଅନୁରୋଧ କରିଛନ୍ତି ଉଭୟ ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟ ପ୍ରଧାନ ଶିକ୍ଷକ । ଆଉ କିଛି ଦିନ ପରେ ପରୀକ୍ଷା ହେବାକୁ ଥିବା ବେଳେ ଗୋଡ଼ଧୁଆପଦର ହାଇସ୍କୁଲ ଛତ୍ରଛାତ୍ରୀଙ୍କ ପାଠ ଆରମ୍ଭ ହୋଇ ନାହିଁ । ହାଇସ୍କୁଲ ଶିକ୍ଷକ ନିଯୁକ୍ତି ଦାବୀ ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ଅଧିକାରୀ କର୍ଣ୍ଣପାତ କରୁନଥିବା ଅଭିଭାବକ ମାନେ କହିଛନ୍ତି । କିଛି ଦିନ ମଧ୍ୟରେ ହାଇସ୍କୁଲ ସ୍ତରୀୟ ଶିକ୍ଷକ ନିଯୁକ୍ତି ନଦେଲେ ସ୍କୁଲରେ ତାଲା ପକାଇ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.