Latest Odisha News

BREAKING NEWS

RWSS ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆରଡବ୍ଲୁଏସ୍ଏସ୍ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ରେଡ୍ କରିଛି । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ । ୫ ଜଣ ଡିଏସପି, ୧୨ ଇନ୍ସପେକ୍ଟର, ଜଣେ ସବ୍-ଇନ୍ସପେକ୍ଟରଙ୍କ ସହ ଅନ୍ୟ କର୍ମଚାରୀ ରେଡରେ ସାମିଲ୍ ଅଛନ୍ତି ।

ରେଡ୍ ୱାରେଣ୍ଟ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜାରି କରିଛନ୍ତି । ଖୋର୍ଦ୍ଧା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ୬ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଉଛି । ଭୁବନେଶ୍ୱର ଖାରବେଳ ନଗର ସ୍ରୀରାମ ମନସନରେ ଗୋଟିଏ ଫ୍ଲାଟ ରହିଥିବା ବେଳେ ସମ୍ବଲପୁର ମୋଦିପଡ଼ା ସ୍ଥିତ ୨ ମହଲା ଘରେ ଭିଜିଲାନ୍ସ ରେଡ୍ କରିଛି ।

ସେହିଭଳି ବରଗଡ଼ ଜିଲ୍ଲା ରୋହିନିୟନ ପୈତୃକ ଘର, ଭୁବନେଶ୍ୱର ଖାରବେଳ ନଗରରେ ଥିବା ସମ୍ପର୍କୀୟଙ୍କ ଘର ସହ ନିହାର ରଞ୍ଜନଙ୍କ ଅଫିସରେ ଭିଜିଲାନ୍ସ ଟିମ୍ ଛାନଭିନ୍ ଜାରି ରଖିଛି ।

ନିହାର ରଞ୍ଜନ କ୍ରିପ୍ଟୋ କରେନ୍ସିରେ ଟଙ୍କା ଖଟାଇଥିବା ଜଣାପଡ଼ିଛି । ତେବେ ସେ ଭିଜିଲାନ୍ସ ଟିମକୁ ଜେଥି ପ୍ରମାଣ ନଷ୍ଟ କରିବାକୁ ରେଡ୍ ବେଳେ କିଛି ଡକ୍ୟୁମେଣ୍ଟ ସହ ମୋବାଇଲକୁ ବାହାରକୁ ଫିଙ୍ଗି ଦେଇଥିଲେ । ତାକୁ ଭିଜିଲାନ୍ସ ଜବତ କରିଛି । କ୍ରିପ୍ଟୋ କରେନ୍ସ ସମ୍ବନ୍ଧିତ ୩୮ଟି ଡକ୍ୟୁମେଣ୍ଟ ମିଳିଛି ।

ସମ୍ବଲପୁର ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ୮ଟି ପ୍ଲଟ୍ ରହିଛି । ରେଡ୍ ବେଳେ ଘରୁ ୧ ଲକ୍ଷ ୭ ହଜାର ୭୮୫ ଟଙ୍କା, ଏକ ହୋଣ୍ଡା କାର, ରୋୟାଲ ଏନଫିଲ୍ଡ ବାଇକ୍ ସହ ଅନ୍ଯ ଜବତ ସୁନା ଅଳଙ୍କାରର ମୂଲ୍ୟାୟନ କରୁଛି ଭିଜିଲାନ୍ସ । ରେଡ୍ ସରିବା ପରେ ସମ୍ପତ୍ତି ତଥ୍ୟ ଜଣାପଡ଼ିବ ।

Leave A Reply

Your email address will not be published.